Advertisment

ମଧ୍ୟପ୍ରଦେଶରେ ବନ୍ୟା: ୨୪ ଲୋକଙ୍କ ଗଲାଣି ଜୀବନ

ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍‌ଏଫ୍‌ ଓ ଏନଡ଼ିଆର୍‌ଏଫ୍‌ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।

ମଧ୍ୟପ୍ରଦେଶରେ ବନ୍ୟା: ୨୪ ଲୋକଙ୍କ ଗଲାଣି ଜୀବନ

MP FLOOD

Advertisment

ଭୋପାଳ: ଗମ୍ଭୀର ମଧ୍ୟପ୍ରଦେଶ ବନ୍ୟା ସ୍ଥିତି। ବନ୍ୟାରେ ୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସୁବେର ନଦୀରେ ଭୟଙ୍କର ବନ୍ୟା ଆସିବା କାରଣରୁ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି। କେବଳ ଏତିକି ନୁହେଁ ବରଂ ୧୨୫୦ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ହେତୁ ଗ୍ୱାଲିୟର, ସୟୋପୁର, ଦାତିୟା, ଅଶୋକନଗର, ଶିବପୁରୀ, ଗୁନା, ଭିଣ୍ଡରେ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

Advertisment

ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍‌ଏଫ୍‌ ଓ ଏନଡ଼ିଆର୍‌ଏଫ୍‌ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।

Advertisment

ସ୍ଥିତି ଏମିତି ହେଲାଣି ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଆଉ ଏହାରି ମଧ୍ୟରେ ଏମିତି ଏକ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ। ସୂଚନା ଅନୁସାରେ, ଏମ୍‌ପିରେ ବନ୍ୟା ହେବା କାରଣରୁ ଲୋକଙ୍କ ଘରେ ପାଣି ପଶିଛି। ଜୀବନ ବଂଚାଇବାକୁ କିଏ ପହଁରି ପହଁରି ଉଚ୍ଚ ସ୍ଥାନକୁ ପଳାଇଛି ତ ଆଉ କିଏ ଗଛ ଉପରକୁ ଚଢିଯାଇଛି। ବନ୍ୟା ପାଣି ମାଡ଼ି ଆସିବାରୁ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଅର୍ଥାତ୍‌ ୧୬ ଜଣ ଗଛ ଉପରେ ଆଶ୍ରୟ ନେଇଛନ୍ତି। ପାଖାପାଖି ୨୪ ଘଂଟା ପୂରା ପରିବାର ଗଛ ଉପରେ ବସିଥିବା ଦେଖାଯାଇଛି। ଠିକ୍‌ ସେହିପରି ଗାଁର ଜଣେ ଗର୍ଭବତୀଙ୍କୁ ବଂଚାଇବା ପାଇଁ ପରିବାର ଲୋକ କେଉଁ ଆଡ଼େ ଯାଇପାରିନଥିଲେ। ଆଉ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପଡ଼େଶୀ ଘରର ସଦସ୍ୟ ମଧ୍ୟ ପାଣି ଘେରରେ ଫଶି ରହିଥିଲେ। ଆଉ ଏହି ଘଟଣାର ଖବର ପାଇ ଏନଡ଼ିଆରଏପଫ୍‌ ଟିମ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ନଦୀ ପାଣି ହଠାତ୍‌ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷିତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।

India MP Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ