Advertisment

ଶେଷଯାତ୍ରାରେ ରତନ ଟାଟା, ୱର୍ଲି ଅଭିମୁଖେ ମରଶରୀର

NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହେବ ।

ଅଦ୍ୟତନ ହୋଇଛି
Ratan Tata

Ratan Tata

Advertisment

ଭାରତର ଅମୂଲ୍ୟ ରତ୍ନ ରତନ ଟାଟାଙ୍କ ଅନ୍ତିମ ଦର୍ଶନ ପରେ ଆରମ୍ଭ ହୋଇଛି ଶେଷ ଯାତ୍ରା । ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଛନ୍ତି । NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହେବ ।

Advertisment

ଅନ୍ତିମ ଯାତ୍ରା ପୂର୍ବରୁ ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିଛନ୍ତି ବରିଷ୍ଠ ବ୍ୟକ୍ତି ବିଶେଷ । ନେତା ମନ୍ତ୍ରୀଙ୍କ ସମେତ ବହୁ ଶିଳ୍ପପତି ଓ ସିନେ କଳାକାର ସ୍ବଗର୍ତ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି । ମୁମ୍ବାଇ NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ କରିଛନ୍ତି ଅମିତ ଶାହ। ଶେଷ ଦର୍ଶନ ସହ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅମିତ ଶାହ। ସେହିପରି ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବଲିଉଡ୍ ଷ୍ଟାର୍ ଆମିର ଖାନ୍, କିରଣ ରାଓ ପ୍ରମୁଖ ଶେଷ ଦର୍ଶନ କରିଛନ୍ତି ।

Ratan Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ