Advertisment

କରୋନା କରିଦେଲା ଗରିବ, ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି

ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। କରୋନା ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚାନ୍ତ ହୋଇ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି।

Health Costs In Pandemic Time

Health Costs In Pandemic Time

Advertisment

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଏବେ ବି ସାରା ବିଶ୍ୱ ତ୍ରସ୍ତ ଥିବାବେଳେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ଅନୁଯାୟୀ, କରୋନା ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚାନ୍ତ ହୋଇ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି।

Advertisment

ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଲୋକ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ସେହି ଖର୍ଚ୍ଚ ଅନେକ ପରିମାଣରେ ବୃଦ୍ଧି ପାଇଛି। ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ଆୟ କମୁଥିବାରୁ ଆଗକୁ ଆର୍ଥିକ ସମସ୍ୟା ଅଧିକ ହେବ। ୨୦୨୦ରେ କୋଭିଡ୍ ମହାମାରୀ ସ୍ୱାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରିଥିଲା।

୧୯୩୦ ଦଶକ ପରେ ବିଶ୍ୱକୁ ସବୁଠାରୁ ବଡ଼ ଆର୍ଥିକ ସଂକଟ ଭିତରକୁ ଠେଲି ଦେଇଥିଲା ମହାମାରୀ କରୋନା। ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରିବାକୁ ଲୋକଙ୍କ ପାଖରେ ଅର୍ଥର ଅଭାବ ରହିଥିଲା। କୋଭିଡ୍ ସଂକ୍ରମଣ ପରେ ଏହି ଖର୍ଚ୍ଚଭାର ସମ୍ଭାଳିବା ଅସମ୍ଭବ ହୋଇପଡ଼ିଥିଲା।  ତେଣୁ ପ୍ରାୟ ୫୦ କୋଟି ଲୋକ ଅତିଶୟ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଠଗନ ପକ୍ଷରୁ କୁହାଯାଇଛି। 

Advertisment
COVID19 COVID-19 Pandemic World Health Organization Health Care
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ