Advertisment

ବଢ଼ୁଛି କରୋନା ସଂକ୍ରମଣ: ଆହୁରି କଡ଼ାକଡ଼ି ହେବ କଟକଣା, ଭିଡ଼ ହେଲେ ବନ୍ଦ ହେବ ବଜାର

ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଓ ୟେଲୋ ଆଲର୍ଟ ଲାଗୁ କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
More Curbs In Delhi

More Curbs In Delhi

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ କରୋନା ସକଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଦିଲ୍ଲୀ ସରକାର ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଓ ୟେଲୋ ଆଲର୍ଟ ଲାଗୁ କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, ‘ଜୁଲାଇରେ ଆମେ ଏକ GRAP(Graded Response Action Plan) ପ୍ରସ୍ତୁତ କରିଥିଲୁ। ଫଳରେ ବୈଜ୍ଞାନିକ ଉପାୟରେ କଟକଣା ଲାଗୁ କରାଯାଇପାରିବ। ତେବେ ଦିଲ୍ଲୀରେ GRAP ଲାଗୁ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାସହ ୟେଲୋ ଆଲର୍ଟ ଲାଗୁ ହେବ।’

କେଜ୍ରିୱାଲ୍‌ ଆହୁରି କହିଛନ୍ତି, ‘୨ ଦିନରୁ ଅଧିକ ଦିନ ହେବ କରୋନା ପଜିଟିଭିଟି ରେଟ୍‌ ୦.୫% ରେକର୍ଡ କରାଯାଇଛି। ତେଣୁ  GRAP Level-I (ୟେଲୋ ଆଲର୍ଟ) ଲାଗୁ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କାହା କାହା ଉପରେ କଟକଣା ଲାଗୁ କରାଯିବ ସେନେଇ ଖୁବ୍‌ଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ।’

Advertisment

‘କରୋନାକୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଅଧିକାଂଶ ଲୋକଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ଦେଖା ଯାଉଛି। ବର୍ତ୍ତମାନ ସୁଦ୍ଧା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଆଇସିୟୁ/ଭେଣ୍ଟିଲେଣ୍ଟର/ଅକ୍ସିଜେନର ଆବଶ୍ୟକତା ପଡ଼ିନାହିଁ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଚଳିତ ଥର କରୋନାଠୁ ନିଜକୁ ରକ୍ଷା କରିବାକୁ ହେଲେ ୧୦ ଗୁଣା ଅଧିକ ପ୍ରସ୍ତୁତ ରହବିକୁ ପଡ଼ିବ। ବଜାର ଓ ମଲ୍‌ରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଏପରିକି ଲୋକମାନେ ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି। ଯଦି ଏଭଳି ସ୍ଥିତି ଲାଗି ରୁହେ ତା’ହେଲେ ମାର୍କେଟ୍‌ ବନ୍ଦ ଲାଗି ନିଷ୍ପତ୍ତି ନିଆଯିବ। ଫଳରେ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ।’ ତେଣୁ ଲୋକମାନେ ମାସ୍କ ପିନ୍ଧିବା ସହ କୋଭିଡ୍‌ ଗାଇଡଲାଇନ୍ସକୁ ପାଳନ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। 

ୟେଲୋ ଆଲର୍ଟ କ’ଣ ?

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୟେଲୋ ଆଲର୍ଟ ସେତେବେଳେ ଜାରି କରାଯାଇଥାଏ ଯେତେବେଳେ ଲଗାତାର ୨ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭିଟି ରେଟ୍‌ ୦.୫%ରୁ ଅଧିକ ରହିଥାଏ। ଏହା ଲାଗୁ ହେଲେ ରାତିରେ ନାଇଟ୍‌ କର୍ଫ୍ୟୁ, ସ୍କୁଲ୍‌ ତଥା କଲେଜ ଇତ୍ୟାଦି ବନ୍ଦ, ଆବଶ୍ୟକ ନଥିବା ସାମଗ୍ରୀ ଦୋକାନ ଗୁଡ଼ିକ ଅଡ୍‌-ଇଭେନ୍‌ ଆଧାରରେ ଖୋଲିବ, ମେଟ୍ରୋ ଟ୍ରେନ୍ ତଥା ସାର୍ବଜନିକ ପରିବହନ ବସ୍‌ରେ ଯାତ୍ରୀମାନେ ବସିବା କ୍ଷମତାକୁ ଅଧା କରାଯିବା ଭଳି ଉପାୟ ଲାଗୁ ହୋଇଥାଏ। 

Advertisment

ଗତ ୬ ମାସରେ ଗତକାଲି ଦିଲ୍ଲୀରେ ଦିନକରେ ସର୍ବାଧିକ ୩୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨ ଦିନ ହେବ ପଜିଟିଭିଟି ରେଟ୍‌ ମଧ୍ୟ ୦.୫%ରୁ ଅଧିକ ଥିଲା। ତେଣୁ GRAP ଅନୁସାରେ, ୟେଲୋ ଆଲର୍ଟ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। 

COVID19 New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ