Advertisment

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

Monsoon Session Of Parliament: All-party Meet Called By Government

Monsoon Session Of Parliament: All-party Meet Called By Government

Advertisment

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ସଂସଦର ପୁରୁଣା ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ କିଭଳି ଭାବେ ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ ସେ ନେଇ ବୈଠକରେ ଆଲୋଚନା ହୋଇଛି।

Advertisment

ସର୍ବଦଳୀୟ ବୈଠକରେ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ମଲ୍ଲିକାର୍ଜୁଲ ଖଡ୍‌ଗେ, ବିଜେପି ସାଂସଦ ଅର୍ଜୁନ ରାମ ମେଘଓ୍ୱାଲଙ୍କ ସହ ବିଭିନ୍ନ ଦଳର ସାଂସଦମାନେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଗତକାଲି ମଧ୍ୟ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଗୃହରେ ଶାଳୀନତା ରକ୍ଷା କରିବା ସହ ଗୃହ କାର୍ଯ୍ୟ ସୂଚାରୁ ରୂପରେ ଚଳାଇବା ନେଇ ସହଯୋଗ କରିବାକୁ ସାଂସଦମାନଙ୍କୁ ବାଚସ୍ପତି ଓମ୍ ବିର୍ଲା ନିବେଦନ କରିଥିଲେ।

ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଅଗ୍ନିପଥ ଯୋଜନା, ବେରୋଜଗାରୀ ଏବଂ କୃଷକଙ୍କ ସହ ଡଡ଼ିତ ସମସ୍ୟା ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି।

Advertisment
Parliament Monsoon Session Parliament Monsoon Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ