Advertisment

ରାହୁଲ ଗାନ୍ଧି କରିଥିବା ପୁନର୍ବିଚାର ଆବେଦନ ଖାରଜ, ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ

ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।

ଅଦ୍ୟତନ ହୋଇଛି
Gujarat HC rejects stay on Rahul Gandhi's conviction

Gujarat HC rejects stay on Rahul Gandhi's conviction

Advertisment

ରାହୁଲ ଗାନ୍ଧିଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ରାହୁଲ କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଛି। ଗୁଜରାଟ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି। ଏହାସହ ସଂସଦର ସଦସ୍ୟତା ମଧ୍ୟ ରାହୁଲ ଫେରିପାଇବେନି। 

Advertisment

ଗତ ମେ’ ମାସରେ ଗୁଜରାଟ ହାଇକୋର୍ଟ ରାହୁଲ ପାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରି ଦେଇଥିଲେ। ଗ୍ରୀଷ୍ମ ଅବକାଶ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି କୋର୍ଟ କହିଥିଲେ।

୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କୋଲାରରେ ଭାଷଣ ଦେଉଥିଲେ। ଏହି ସମୟରେ ସେ କହିଥିଲେ ଯେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି? ତାଙ୍କର ଏହି ବୟାନକୁ ନେଇ ବିଜେପି ଆଟାକିଂ ମୁଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସିମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ।

Advertisment
Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ