Advertisment

ଋଷ୍‌-ୟୁକ୍ରେନ୍ ଯୁଦ୍ଧରେ ସମସ୍ତେ କ୍ଷତି ସହିବେ: ମୋଦି

ଋଷ୍-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେନି, ସମସ୍ତେ କ୍ଷତି ସହିବେ। ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପ୍ରସଙ୍ଗରେ ଆଜି ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ଶାନ୍ତି ସପକ୍ଷରେ ରହିଛି।

Modi speech in Germany

Modi speech in Germany

Advertisment

ଋଷ୍‌-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେନି, ସମସ୍ତେ କ୍ଷତି ସହିବେ। ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପ୍ରସଙ୍ଗରେ ଆଜି ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଋଷ୍‌-ୟୁକ୍ରେନ୍ ଯୁଦ୍ଧରେ ଭାରତ ଶାନ୍ତି ସପକ୍ଷରେ ରହିଛି। ଯୁଦ୍ଧ ଆରମ୍ଭରୁ ହିଁ ଭାରତ ଯୁଦ୍ଧ ବିରାମ ପାଇଁ ଆହ୍ୱାନ ଦେଇଛି। ବିବାଦର ସମାଧାନ ପାଇଁ ଆଲୋଚନା ହିଁ ଏକମାତ୍ର ରାସ୍ତା ବୋଲି ବାରମ୍ବାର ଦୋହରାଇଛି ଭାରତ। କାରଣ, ଯୁଦ୍ଧରେ କାହାର ଲାଭ ହେବନି।

Advertisment

ଯୁଦ୍ଧ ଦ୍ୱାରା ତୈଳ ଦର ଆକାଶଛୁଆଁ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି। ବିକାଶଶୀଳ ଏବଂ ଗରିବ ଦେଶ ଉପରେ ଯୁଦ୍ଧର ବଡ ଧରଣର ପ୍ରଭାବ ପଡିବ ବୋଲି ମୋଦି କହିଛନ୍ତି।

ସେହିପରି ଗଲା କିଛି ବର୍ଷ ମଧ୍ୟରେ ଭାରତ ଏବଂ ଜର୍ମାନୀ ଦ୍ୱିପାକ୍ଷିକ ସମ୍ପର୍କରେ ବେଶ୍ ଉନ୍ନତି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତିନି ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ମୋଦି, ଜର୍ମାନୀ ଚାନ୍ସେଲର୍ ଓଲାଫ୍ ସ୍କୋଲ୍‌ଜଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ କରୋନାରେ ପ୍ରଭାବିତ ଅର୍ଥନୀତି ସମେତ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା ହୋଇଛି।

Advertisment

ତେବେ ୩ ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ମୋଦି ଜର୍ମାନୀ ଯାଇଥିବା ବେଳେ ରାଜଧାନୀ ବର୍ଲିନ୍ ସ୍ଥିତ ହୋଟେଲ୍ ଆଡ୍‌ଲନ୍ କେମ୍‌ପିନ୍‌ସ୍କିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ପ୍ରବାସୀ ଭାରତୀୟ। ସେଠାରେ ଛୋଟ ଛୋଟ ପିଲାଙ୍କୁ ଦେଖି ଖୁସି ହୋଇଯାଇଥିଲେ ମୋଦି । ସେମାନଙ୍କ ସହ କଥା ହେବା ବେଳେ, କୁନି ଝିଅ ମାନ୍ୟା ନିଜେ ଆଙ୍କିଥିବା ମୋଦିଙ୍କ ଚିତ୍ର ତାଙ୍କୁ ଦେଖାଇଥିଲା।

ମାନ୍ୟାର କଳାପ୍ରତିଭାକୁ ଦେଖି ମୋଦି ସାବାସୀ ଦେବା ସହ ଫଟୋ ଉଠାଇଥିଲେ ଓ ଚିତ୍ରରେ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ। ସେହିପରି ପ୍ରବାସୀ ଭାରତୀୟ ପରିବାରର ଆଉ ଜଣେ କୁନି ପୁଅ ଆଶୁତୋଷ ଶୁଣାଇଥିଲା ଭାରତ ବନ୍ଦନା। ଆଉ ଗୀତ ସହ ତାଳରେ ତାଳ ମିଶାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

Advertisment
India News Modi In Germany
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ