Advertisment

ମୋଦିଙ୍କ କ୍ୟାବିନେଟ୍‌ର ସବୁଠୁ ଧନୀମନ୍ତ୍ରୀ କିଏ?

ମୋଦି କ୍ୟାବିନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରଧାନମନ୍ତ୍ରୀ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସୂଚନା ଅନୁସାରେ, ତାଙ୍କ ପାଖରେ ୩୭୯ କୋଟି ଟଙ୍କା ରହିଛି। କଂଗ୍ରେସ ଶାସନ ସମୟରେ ବି ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ।

ଅଦ୍ୟତନ ହୋଇଛି
ମୋଦିଙ୍କ କ୍ୟାବିନେଟ୍‌ର ସବୁଠୁ ଧନୀମନ୍ତ୍ରୀ କିଏ?

Union Ministers

Advertisment

ସଜ ସଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୩ ଜଣ ନୂଆ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ମୋଟ୍‌ ଉପରେ ମନ୍ତ୍ରୀ ପରିଷଦରେ ୩୬ ନୂଆ ଚେହେରା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ୧୫ କ୍ୟାବିନେଟ୍‌ ମନ୍ତ୍ରୀ ଓ ୨୮ ରାଜ୍ୟ ମନ୍ତ୍ରୀ ଶପଥ ନେଇଛନ୍ତି। ତେଣୁ ବର୍ତ୍ତମାନ ସମୟରେ ମୋଦି ନିଜର ମନ୍ତ୍ରୀଙ୍କ ସଂଖ୍ୟା ବଢାଇ ୭୮ରେ ପହଂଚାଇଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋଦିଙ୍କ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କ ପାଖରେ ୫୦ କୋଟିରୁ ଅଧିକ ସମ୍ପତ୍ତି ରହିଛି। ଆଉ ମନ୍ତ୍ରୀମଣ୍ଡଳରେ ଏମିତି ମନ୍ତ୍ରୀ ଅଛନ୍ତି ଯାହାଙ୍କ ପାଖରେ ୧ କୋଟିରୁ ବି କମ୍‌ ସମ୍ପତ୍ତି ରହିଛି।

Advertisment

ନଜର ପକାନ୍ତୁ କେଉଁ ମନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ଅଛି?

ମୋଦି କ୍ୟାବିନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରଧାନମନ୍ତ୍ରୀ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସୂଚନା ଅନୁସାରେ, ତାଙ୍କ ପାଖରେ ୩୭୯ କୋଟି ଟଙ୍କା ରହିଛି। କଂଗ୍ରେସ ଶାସନ ସମୟରେ ବି ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ।

Advertisment

ନାରୟଣ ରାଣେ ମଧ୍ୟ ମୋଦି କ୍ୟାବିନେଟ୍‌ର ଜଣେ ବିତ୍ତଶୀଳ ମନ୍ତ୍ରୀ। ୮୭ କୋଟି ଟଙ୍କାର ସମ୍ପତ୍ତିର ମାଲିକ ରାଣେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସହ ରାଜସ୍ୱ ମନ୍ତ୍ରୀ ମଧ୍ୟ ସେ ଥିଲେ। ଏଥର ତାଙ୍କୁ କ୍ଷୁଦ୍ର ଓ ମଧ୍ୟମଶିଳ୍ପ ମନ୍ତ୍ରଣାଳୟ ମିଳିଛି।

ପୀୟୂଷ ଗୋଏଲଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ୯୫ କୋଟିରୁ ଅଧିକ ଟଙ୍କାର ତାଙ୍କ ପାଖରେ ସମ୍ପତ୍ତି ରହିଛି। ଶ୍ରୀ ଗୋଏଲଙ୍କୁ ଏଥର ବାଣିଜ୍ୟ ଓ ଶିଳ୍ପ, ଖାଦ୍ୟ ଓ ଉପଭୋକ୍ତ ଏବଂ ବୟନଶିଳ୍ପ ମନ୍ତ୍ରଣାଳର ଦାୟିତ୍ୱ ମିଳିଛି।

Advertisment

ସେହିପରି ତ୍ରିପୁରା ବିଜେପି ମହିଳା ସାଂସଦ ପ୍ରତିମା ଭୌମିକ୍‌ଙ୍କ ପାଖରେ ସବୁଠୁ କମ୍‌ ସମ୍ପତ୍ତି ରହିଛି। ମାତ୍ର ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ତାଙ୍କ ପାଖରେ ଥିବା ଜଣାପଡ଼ିଛି। ୫୨ ବର୍ଷିୟ ପ୍ରତିମା ଚାଷୀରୁ ମନ୍ତ୍ରୀ ପଦ ପାଇଛନ୍ତି। ବାୟୋ ସାଇନ୍ସରେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

ସେପଟେ କିନ୍ତୁ ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ପ୍ରତିଟି ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ରାଜନୀତିର ପୋଖତ୍ ଖେଳାଳି ନହୋଇ ବି ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ପଦ ପାଇବା ସମସ୍ତଙ୍କୁ ଏକପ୍ରକାର ଚକିତ କରିଛି। ରେଲେଓ୍ୱ ସହ ଅଶ୍ୱିନୀଙ୍କୁ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ମିଳିଛି। ଆଇଏସ୍ ଅଧିକାରୀରୁ କର୍ପୋରେଟ୍ ଆଉ କର୍ପୋରେଟ୍ ଦୁନିଆରୁ ରାଜନୀତିରେ ପାଦ ଥାପିବାର ଖୁମ୍ କମ୍ ଦିନ ମଧ୍ୟରେ ଦେଶର ରେଳ ମନ୍ତ୍ରୀ। ଏହି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବାରେ ସେ ଲାଲୁପ୍ରସାଦ ଯାଦବ, ନୀତୀଶ କୁମାର, ମମତା ବାନାର୍ଜୀଙ୍କ ଭଳି ଦିଗଜ୍ଜ ନେତାଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି। ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ, ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସର୍ କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ସେ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ।

India News Union Govt Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ