Advertisment

ଜାଲିଆନାୱାଲା ବାଗ୍ ସ୍ମାରକର ନୂଆ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜାଲିଆନାୱାଲା ବାଗ୍ ସ୍ମାରକର ପୁନର୍ନିର୍ମିତ ପରିସରକୁ ଉଦଘାଟନ କରିଛନ୍ତି। ନୂଆ ପରିସରକୁ ଉଦ୍‌ଘାଟନ କଲା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ପଞ୍ଜାବର ବୀର ଭୂମି ଏବଂ ଜାଲିଆନାୱାଲା ବାଗର ପବିତ୍ର ମାଟିକୁ ମୋର ଅନେକ ଅନେକ ପ୍ରଣାମ।"

Narendra Modi

Narendra Modi

Advertisment

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜାଲିଆନାୱାଲା ବାଗ୍ ସ୍ମାରକର ପୁନର୍ନିର୍ମିତ ପରିସରକୁ ଉଦଘାଟନ କରିଛନ୍ତି। ନୂଆ ପରିସରକୁ ଉଦ୍‌ଘାଟନ କଲା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ପଞ୍ଜାବର ବୀର ଭୂମି ଏବଂ ଜାଲିଆନାୱାଲା ବାଗର ପବିତ୍ର ମାଟିକୁ ମୋର ଅନେକ ଅନେକ ପ୍ରଣାମ। ଭାରତ ମାତାର ଏହି ସନ୍ତାନମାନଙ୍କୁ ମୋର ପ୍ରଣାମ, ଯେଉଁମାନଙ୍କ ଭିତରେ ଜଳୁଥିବା ସ୍ୱାଧୀନତାର ଲେଲିହାନ୍ ଶିଖାକୁ ଲିଭେଇ ଦେବା ନେଇ ଅମାନବୀୟତାର ସବୁ ସୀମା ପାର କରି ଦିଆଯାଇଥିଲା।”

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ “ଜାଲିଆନାୱାଲ୍ ବାଗ୍ ସେହି ସ୍ଥାନ ଯେଉଁଠି ସରଦାର ଉଦ୍ଦାମ ସିଂହ, ସରଦାର ଭଗତ ସିଂହ କ୍ରାନ୍ତିବୀର ଓ ବଳିଦାନୀଙ୍କୁ ହିନ୍ଦୁସ୍ଥାନର ମୁକ୍ତି ପାଇଁ ପ୍ରାଣବଳୀ ଦେବାକୁ ସାହସ ଦେଇଥିଲେ। କୌଣସି ବି ଦେଶ ଏଭଳି ଏକ ବିଭିଷିକାକୁ ଅଣଦେଖା କରିବା ଉଚିତ ନୁହେଁ। ଏନେଇ ଭାରତ ପ୍ରତ୍ୟେକ ଅଗଷ୍ଟ ୧୪କୁ ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ ଭାବେ ପାଳିବା ନେଇ ନିଷ୍ପତ୍ତି ନେଇଛି।”

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ଆଦିବାସୀ ସମାଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ସ୍ୱାଧୀନତାର ମହାନ ବଳିଦାନରେ ଆମର ଆଦିବାସୀ ସମାଜର ବହୁତ ଅବଦାନ ରହିଛି। ଇତିହାସ ପୁସ୍ତକଗୁଡ଼ିକରେ ଏହା ଯେତିକି ରହିବା ଉଚିତ ସେତିକି ସ୍ଥାନ ପାଇ ନାହିଁ । ଦେଶର ୯ଟି ରାଜ୍ୟରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ସଂଗ୍ରାମ ପ୍ରଦର୍ଶନ କରୁଥିବା ସଂଗ୍ରହାଳୟରେ ବର୍ତ୍ତମାନ କାର୍ଯ୍ୟ ଚାଲିଛି।

Advertisment

ଏହା ମଧ୍ୟ ଦେଶର ଆକାଂକ୍ଷା ଥିଲା ଯେ ସର୍ବୋଚ୍ଚ ବଳିଦାନ ଦେଇଥିବା ଆମର ସୈନିକମାନଙ୍କ ପାଇଁ ଏକ ଜାତୀୟ ସ୍ମାରକ ରହିବା ଉଚିତ। ଜାତୀୟ ଯୁଦ୍ଧ ମେମୋରିଆଲ୍ ଆଜିର ଯୁବପିଢିଙ୍କୁ ରାଷ୍ଟ୍ର ରକ୍ଷା ଓ ଦେଶ ପାଇଁ ବଳିଦାନ ଦେବା ବଳିଦାନ ଦେବାର ଭାବନା ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମର ପୋଲିସ୍ କର୍ମଚାରୀ ଏବଂ ସାମରିକ ବାହିନୀ ପାଇଁ ମଧ୍ୟ ଏତେ ଦିନ ସ୍ୱାଧୀନତା ପରେ ବି ଦେଶରେ କୌଣସି ଜାତୀୟ ସ୍ମାରକ ନ ଥିଲା। ଆଜି ପୋଲିସ ଏବଂ ସାମରିକ ବାହିନୀ ପାଇଁ ଉତ୍ସର୍ଗୀକୃତ ଜାତୀୟ ମେମୋରିଆଲ ମଧ୍ୟ ଦେଶର ନୂତନ ପିଢିକୁ ପ୍ରେରଣା ଯୋଗାଉଛି। ପଞ୍ଜାବରେ ଏପରି ଏକ ଗାଁ କି ଗଳି ନାହିଁ ଯେଉଁଠାରେ ଶୌର୍ଯ୍ୟ ଓ ବୀରତ୍ୱର ଗାଥା ଗାନ ହୁଏ ନାହିଁ। ପଞ୍ଜାବର ବୀରମାନେ ଗୁରୁମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ଭାରତ ମାତା ଆଡକୁ କୁଦୃଷ୍ଟି ରଖୁଥିବା ଲୋକଙ୍କ ସାମ୍ନାରେ ଏକ ପଥର ପରି ଠିଆ ହୁଅନ୍ତି।”

Advertisment
India News Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ