Advertisment

ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର : ରବି ପସଲରେ ବଢିଲା ଏମ୍ଏସ୍‌ପି

ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର। କେନ୍ଦ୍ର କ୍ୟାବିନେଟ୍ ୨୦୨୨-୨୩ ପାଇଁ ରବି ଫସଲ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍‌ପି)କୁ ବୃଦ୍ଧି କରିଛି। କୃଷି ଆଇନକୁ ନେଇ ଚାଷୀମାନେ କରୁଥିବା ଆନ୍ଦୋଳନ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

MSP in Rabi Crops

MSP in Rabi Crops

Advertisment

ନୂଆଦିଲ୍ଲୀ: ଚାଷୀଙ୍କୁ କେନ୍ଦ୍ର ସରକାରର ଉପହାର। କେନ୍ଦ୍ର କ୍ୟାବିନେଟ୍ ୨୦୨୨-୨୩ ପାଇଁ ରବି ଫସଲ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍‌ପି)କୁ ବୃଦ୍ଧି କରିଛି। କୃଷି ଆଇନକୁ ନେଇ ଚାଷୀମାନେ କରୁଥିବା ଆନ୍ଦୋଳନ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

କୃଷି ଆଇନ ବିରୋଧରେ ଚାଷୀମାନେ ୧୦ ମାସ ହେଲା ଜୋରଦାର ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଜି କେନ୍ଦ୍ର ସରକାର ଗହମ ଓ ସୋରିଷ ମଞ୍ଜିର ଏମ୍ଏସ୍‌ପିକୁ ବୃଦ୍ଧି କରିଛନ୍ତି। ନୂଆ ଫସଲ ଉତ୍ପାଦନ ହେଲେ ଚାଷୀମାନଙ୍କ ଠାରୁ ୨% ଅଧିକ ଦାମରେ ଗହମ କିଣାଯିବ। ତେବେ ଦୀର୍ଘ ୧୦ ବର୍ଷ ମଧ୍ୟରେ ଗହମ ଉପରେ ସବୁଠାରୁ କମ୍‌ ପରିମାଣର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି।

Advertisment

କେନ୍ଦ୍ର ସରକାର ଗହମରେ ଏମ୍‌ଏସ୍‌ପି ୪୦ ଟଙ୍କା ବୃଦ୍ଧି କରିଥିବାରୁ ଏଣିକି ଚାଷୀମାନେ ୧୦୦ କେଜି ଗହମ ବିକ୍ରି କରି ୨୦୧୫ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୧୯୭୫ ଟଙ୍କା ମିଳୁଥିଲା। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଗହମ ଉତ୍ପାଦନକାରୀ ଦେଶ। ପ୍ରତିବର୍ଷ ଗହମ ଚାଷୀଙ୍କ ସୁରକ୍ଷା ପାଇଁ ସରକାର ଏହାର ଏମ୍‌ଏସ୍‌ପି ଧାର୍ଯ୍ୟ କରନ୍ତି। ଏହିକ୍ରମରେ ଆଜି ଗହମ ଉପରେ ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି। କ୍ୱିଣ୍ଟାଲ ପିଛା ଗହମ ଉତ୍ପାଦନ ପାଇଁ ଚାଷୀମାନେ ୧୦୦୮ ଟଙ୍କା ଖର୍ଚ୍ଚ କରୁଥିବା କେନ୍ଦ୍ର ସରକାର କହିଛି।

ସେହିପରି କେନ୍ଦ୍ର ସରକାର ସୋରିଷର ଏମ୍‌ଏସ୍‌ପିକୁ ୪୦୦ ଟଙ୍କା ବଢ଼ାଇଛନ୍ତି। ପୂର୍ବରୁ ୧ କ୍ୱିଣ୍ଟାଲ ସୋରିଷ ବିକ୍ରି କରି ଚାଷୀ ୪,୬୫୦ ଟଙ୍କା ପାଉଥିଲେ। ଏବେ ଏହା ୫,୦୫୦ ଟଙ୍କା ହୋଇଛି। ସେହିପରି ଯଅ ଉପରେ ଏମ୍‌ଏସ୍‌ପି ୩୫ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ପରେ ଚାଷୀମାନେ କ୍ୱିଣ୍ଟାଲ ଯଅ ବିକ୍ରିକରି ୧୦୩୫ ଟଙ୍କା ପାଇବେ।

Advertisment

ଏହାବାଦ ବୁଟ ଡାଲିର ଏମ୍‌ଏସ୍‌ପି ୧୩୦ ଟଙ୍କା ଓ ମସୁର ଡାଲିର ଏମ୍‌ଏସ୍‌ପି ୪୦୦ ଟଙ୍କା ବଢ଼ିଛି। ଚାଷୀମାନେ ପୂର୍ବରୁ ବୁଟ ଡାଲିକୁ କ୍ୱିଣ୍ଟାଲ ପିଛା ୫,୧୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୫୨୩୦ ଟଙ୍କାରେ ବିକ୍ରି କରିବେ। ସେହିପରି ମସୁର ଡାଲି ପାଇଁ ସେମାନଙ୍କୁ ୫,୧୦୦ ଟଙ୍କା ବଦଳରେ ୫,୫୦୦ ଟଙ୍କା ମିଳିବ।

ସୋରିଷ ଉପରେ ୪୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ସୂର୍ଯ୍ୟମୁଖୀ ଉପରେ ୧୧୪ ଟଙ୍କା ବଢ଼ିଛି। ଚାଷୀ ପୂର୍ବରୁ ସୂର୍ଯ୍ୟମୁଖୀ କ୍ୱିଣ୍ଟାଲ ପିଛା ୫,୪୪୧ ଟଙ୍କା ପାଉଥିଲେ। ହେଲେ ଏଣିକି ସେମାନେ ୫,୩୨୭ ଟଙ୍କା ପାଇବେ।

ଉଲ୍ଲେଖଥାଉ ଯେ ଚାଷୀଙ୍କଠାରୁ ବିଭିନ୍ନ ଉତ୍ପାଦ କିଣିବା ବେଳେ ସରକାର ଦେଉଥିବା ଦାମକୁ ଏମ୍‌ଏସ୍‌ପି କୁହାଯାଏ। ବର୍ତ୍ତମାନ ଖରିଫ ଓ ରବି ଋତୁରେ ଉତ୍ପାଦନ ହେଉଥିବା ୨୩ଟି ଦ୍ରବ୍ୟ ଉପରେ କେନ୍ଦ୍ର ସରକାର ଏମ୍‌ଏସ୍‌ପି ପ୍ରଦାନ କରୁଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୀତିକ ବ୍ୟାପାରର କ୍ୟାବିନେଟ କମିଟି ବୈଠକ ବସିଥିଲା। ଏହି ବୈଠକରେ ଗହମ ଓ ସୋରିଷ ସହ ଅନ୍ୟ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ସିସିଇଏମ୍‌ ଗୋଟିଏ ବିବୃତିରେ କହିଛି ଯେ ୨୦୨୧-୨୨ ଓ ୨୦୨୨-୨୩ର ରବି ଫସଲ ଉତ୍ପାଦନ ହେଉଥିବା ୬ଟି ଦ୍ରବ୍ୟର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି। ଚାଷୀଙ୍କୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସେମାଙ୍କ ଆୟକୁ ଦୁଇ ଗୁଣା କରିବ ବୋଲି କେନ୍ଦ୍ର ସରକାର କହିଛି।

ପ୍ରକାଶଥାଉ ଯେ ଏବେ ପୁଣି ଥରେ ଚାଷୀ ଆନ୍ଦୋଳନ ତୀବ୍ର ହୋଇଛି। ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେବା ବେଳେ ହରିୟାଣାର କରନାଲ ଠାରେ ଚାଷୀ ଓ ସ୍ଥାନୀୟ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ଚାଷୀଙ୍କ ଉପରେ ହୋଇତିବା ଲାଠିଚାର୍ଜକୁ ଚାଷୀ ସଂଗଠନ ଦ୍ୱାରା ଏଠାରେ ବିରୋଧ କରାଯାଉଛି।

New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ