Advertisment

ଆଫଗାନିସ୍ଥାନ ପରିସ୍ଥିତିକୁ ନେଇ ମୋଦୀ-ପୁଟିନ୍ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ମଙ୍ଗଳବାର ପ୍ରାୟ ୪୫ ମିନିଟ୍ ଧରି ଫୋନରେ ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ସେହି ସମୟରେ ହୋଇଥିଲା ଯେତେବେଳେ ଜି -୭ ନେତାମାନେ କାବୁଲରେ ତାଲିବାନ ଶାସନ ଉପରେ ଏକ ଭର୍ଚୁଆଲ ବୈଠକ କରିବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
Modi-Putin

Modi-Putin

Advertisment

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ମଙ୍ଗଳବାର ପ୍ରାୟ ୪୫ ମିନିଟ୍ ଧରି ଫୋନରେ ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ସେହି ସମୟରେ ହୋଇଥିଲା ଯେତେବେଳେ ଜି -୭ ନେତାମାନେ କାବୁଲରେ ତାଲିବାନ ଶାସନ ଉପରେ ଏକ ଭର୍ଚୁଆଲ ବୈଠକ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଫୋନ୍ ବାର୍ତ୍ତାଳାପ କରି ଆଫଗାନିସ୍ଥାନର ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

Advertisment

ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଆପଗାନିସ୍ଥାନରେ ସୁରକ୍ଷା ପରିସ୍ଥିତି ଏବଂ ଦୁନିଆରେ ଏହାର ପ୍ରଭାବକୁ ନେଇ ଆଲୋଚନା କରିଥିଲେ। ଆଲୋଚନା ରେ ଏହି ଦୁଇ ନେତା ଶାନ୍ତି ଓ ସୁରକ୍ଷା ଉପରେ ଅଧିକ ଜୋର ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ମୁତାବକ ଆଫଗାନିସ୍ଥାନରେ ଫସିରହିଥିବା ଲୋକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରେଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ନେତା ସ୍ୱୀକାର କରିଛନ୍ତି। ସେମାନେ ଦ୍ୱିପକ୍ଷ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏଥିରେ କୋଭିଡ୍-୧୯ ଟିକାକରଣରେ ସହଯୋଗ, ଜଳବାୟୁ ଓ ଶକ୍ତି ଉପରେ ଧ୍ୟାନ ଦେବା ସହ ବିକାଶ, ବାଣିଜ୍ୟ ଓ ଆର୍ଥିକ ସ୍ଥିତିକୁ ବୃଦ୍ଧି ଆଦି ସାମିଲ ଥିଲା।

Advertisment

ଏହି ପରିପ୍ରେକ୍ଷୀରେ ମୋଦୀ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ସେ ଲେଖିଥିଲେ ଯେ “ଆଜି ସନ୍ଧ୍ୟାରେ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ଆଲୋଚନା କଲି ଏବଂ ଦ୍ୱିପାକ୍ଷୀୟ, ବହୁପାକ୍ଷୀୟ ଓ କ୍ଷେତ୍ରୀୟ ପ୍ରସଙ୍ଗ ସମେତ ଆଫଗାନିସ୍ଥାନର ପରିସ୍ଥିତି ଉପରେ ମଧ୍ୟ ଚର୍ଚ୍ଚା ହେଲା। ଭାରତ-ଜର୍ମାନ ରଣନୀତିକ ସହଭାଗିତାକୁ ଦୃଢ କରିବା ନେଇ ଆମ ସଂକଳ୍ପ ବିଷୟରେ ମଧ୍ୟ ଦୋହରା ଯାଇଥିଲା।”

ଅନ୍ୟପକ୍ଷରେ ଆଫଗାନିସ୍ତାନ ଉପରେ ଜି -୭ ଦେଶର ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକରେ କାବୁଲରେ ତାଲିବାନର ଶାସନକୁ ଆନୁଷ୍ଠାନିକଭାବେ ସ୍ୱୀକୃତି ଦିଆଯିବ ନା ଏହାକୁ ବାରଣ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇପାରେ। ଏହି ବୈଠକ ପ୍ରାୟତ ଭର୍ଚୁଆଲରେ ଆୟୋଜିତ ହେବ। ୧୫ ଅଗଷ୍ଟରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଆମେରିକାର ସହଯୋଗୀମାନେ ୱାଶିଂଟନ୍ ଆଡକୁ ଚାହିଁଥିବାବେଳେ ବିଦେଶୀ କୂଟନୀତିଜ୍ଞମାନେ କହିଛନ୍ତି ଯେ ଆଫଗାନିସ୍ଥାନ ପ୍ରସଙ୍ଗରେ ଜି -୭ ବୈଠକରେ ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଛି। ଏହା ଉପରେ ମଧ୍ୟ ଆଲୋଚନା କରାଯାଇପାରେ।

Advertisment

ଏକ ସପ୍ତାହ ଧରି ତାଲିବାନ କାବୁଲକୁ ଦଖଲ କରିବା ଏବଂ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ମଧ୍ୟରେ ରାଷ୍ଟ୍ରପତି ଆଶ୍ରଫ ଘନି ଦେଶ ଛାଡି ପଳାଇବାକୁ ନେଇ ବିଦେଶ ସରକାର ଉପରେ ସନ୍ଦେହ ପ୍ରକାଶ ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ଥାନରୁ ବହୁ ସଂଖ୍ୟକ ଲୋକ ପଳାୟନ କରୁଥିବା ଦେଖାଯାଉଛି।

Narendra Modi PM Modi New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ