Advertisment

ଏଣିକି ୨୮ ନୁହେଁ ରିଚାର୍ଜ ପ୍ଲାନର ବୈଧତା ରହିବ ୩୦ ଦିନ

ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡ଼ିକ ସାଧାରଣ ଭାବରେ ୨୮ ଦିନ ହିଁ ରହିଥାଏ କିନ୍ତୁ କମ୍ପାନୀମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ। ଅନେକ ଥର ଗ୍ରାହକମାନେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏନେଇ କର୍ଣ୍ଣପାତ କରିନଥିଲେ

TRAI

TRAI

Advertisment

ଗ୍ରାହକଙ୍କ ପାଇଁ ଖୁସିଖବର। ଏଣିକି ୨୮ ଦିନ ନୁହେଁ ବରଂ ୩୦ ଦିନ ରହିବ ଆପଣଙ୍କ ପ୍ଲାନ୍‌ର ବୈଧତା। ଟେଲିକମ୍‌ କମ୍ପାନୀଙ୍କୁ ଏମିତି ନିର୍ଦ୍ଦେଶ ଦେଇଛି ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ୍ ଇଣ୍ଡିଆ (ଟ୍ରାଇ)। ଦେଶରେ କାର୍ଯ୍ୟରତ ଥିବା ସମସ୍ତ ଟେଲିକମ୍‌ କମ୍ପାନୀ ମାନଙ୍କୁ ଏମିତି ନିର୍ଦ୍ଦେଶ ଦେଇଛି ଟ୍ରାଇ। ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଟେଲିକମ ଟାରିଫ୍ ୬୬ ଆମାଣ୍ଡମେଣ୍ଟଅର୍ଡର ୨୦୨୨ ମୁତାବକ ଟ୍ରାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ତେବେ ଟ୍ରାଇର ଏହି ନିଷ୍ପତ୍ତି ପରେ ଗ୍ରାହକମାନେ ଲାଭବାନ ହେବେ।

Advertisment

କାରଣ ଆମେମାନେ ସମସ୍ତେ ଜାଣନ୍ତି...ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡ଼ିକ ସାଧାରଣ ଭାବରେ ୨୮ ଦିନ ହିଁ ରହିଥାଏ କିନ୍ତୁ କମ୍ପାନୀମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ। ଅନେକ ଥର ଗ୍ରାହକମାନେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏନେଇ କର୍ଣ୍ଣପାତ କରିନଥିଲେ। ହେଲେ ଏବେ ଟ୍ରାଇ ନିର୍ଦ୍ଦେଶ ଦେବାପରେ ସବୁ ପ୍ଲାନକୁ ୨୮ ଦିନରୁ ୩୦ ଦିନ କରିବାକୁ ବାଧ୍ୟ ହେବେ ଟେଲିକମ କମ୍ପାନୀ। ଟ୍ରାଇ ପକ୍ଷରୁ କୁହାଯାଇଛି, ୨୮ ଦିନିଆ ପ୍ଲାନ କାରଣରୁ ଗ୍ରାହକମାନେ ବର୍ଷକୁ ୧୨ ଥର ନୁହେଁ ବରଂ ୧୩ ଥର ଫୋନ୍‌ ରିଚାର୍ଜ କରୁଥିଲେ। ଯାହା ଫଳରେ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡୁଥିଲା। ତେଣୁ ଏହାକୁ ୨ ଦିନ ବଢାଯାଇ ୩୦ ଦିନିଆ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରାଇର ଏହି ନିୟମକୁ କିନ୍ତୁ ଜୋରଦାର ବିରୋଧ କରିଛନ୍ତି ଟେଲିକମ କମ୍ପାନୀ। ସେମାନେ କହିଛନ୍ତି କି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ଅସୁବିଧା ହେବ । ଏହାସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ । କିନ୍ତୁ କମ୍ପାନୀ ଗୁଡ଼ିକ ଅଭିଯୋଗ ଉପରେ ଟ୍ରାଇ କୌଣସି ପ୍ରତିକ୍ରିୟା ରଖିନାହିଁ। ସେ ଯାହା ବି ହେଉ, ୨୮ ଦିନିଆ ପ୍ଲାନ ୩୦ ଦିନ ହେବାର ଖବର ପାଇବା ପରେ ଖୁସିରେ ଅଛନ୍ତି ଗ୍ରାହକ।

Advertisment
TRAI Mobile Company
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ