Advertisment

କଥା ହେଉ ହେଉ ଫାଟିଗଲା ମୋବାଇଲ୍‌, ୪ ମାସ ପୂର୍ବେ କିଣିଥିଲେ ଫୋନ୍‌...

ଚାର୍ଜିଂ ବେଳେ ଫୋନ୍‌ରୁ ଅତ୍ୟଧିକ ହିଟ୍‌ ବାହାରିଥାଏ। ତେଣୁ ଏହି ସମୟରେ ଫୋନ୍‌ ବ୍ୟବହାର କରିବା ଦ୍ୱାରା ଓଭର ହିଟ୍‌ ଯୋଗୁ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି।

Mobile Blast While A Youth Talking On Phone

Mobile Blast While A Youth Talking On Phone

Advertisment

ଅଧିକାଂଶ ଲୋକ ଫୋନ୍‌କୁ ଚାର୍ଜିଂରେ ଲଗାଇ କଥା ହୋଇଥାନ୍ତି। ଆଉ କିଛି ଲୋକ ଘଣ୍ଟା ଘଣ୍ଟା ଧରି ଫୋନ୍‌ରେ ଗେମ୍‌ ଖେଳିଥାନ୍ତି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଓଭର ହିଟ୍‌ ଯୋଗୁ ଫୋନ୍‌ରେ କଥା ହେଉଥିବା ବେଳେ ଏହା ଫାଟି ଯାଇଥାଏ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଅମରୋହାରେ ଘଟିଛି। ଜଣେ ଯୁବକ ଫୋନ୍‌ରେ କଥା ହେଉଥିବା ବେଳେ ଏହା ଫାଟି ଯାଇଥିଲା। ଫଳରେ ତାଙ୍କ ହାତ ପାପୁଲିରେ ଆଘାତ ଲାଗିଛି। 

Advertisment

ସୂଚନା ଅନୁସାରେ, ଶୁକ୍ରବାର ଦିନ ଅମରୋହା ଜନପଦର ହିମାମପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ହିଂମାଶୁ ନାମକ ଯୁବକଙ୍କ କହିବା ଅନୁସାରେ, ୪ ମାସ ପୂର୍ବେ ସେ ମୋବାଇଲ୍‌ କିଣିଥିଲେ। ଶୁକ୍ରବାର ଫୋନ୍‌ରେ କଥା ହେଉଥିବା ବେଳେ ହଠାତ୍‌ ଏହା ଫାଟି ଯାଇଥିଲା। ସୌଭାଗ୍ୟବଶତଃ, ଅଳ୍ପକେ ସେ ବଞ୍ଚି ଯାଇଛନ୍ତି। ହେଲେ ତାଙ୍କ ହାତ ପାପୁଲି ଓ ଆଙ୍ଗୁଠିରେ ଆଘାତ ଲାଗିଛି। ଏନେଇ କମ୍ପାନୀ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

କାହିଁକି ହେଉଛି ମୋବାଇଲ୍‌ ବ୍ଲାଷ୍ଟ୍‌ ? 

ଚାର୍ଜିଂ ବେଳେ ଗେମ୍‌ ଖେଳିବା କିମ୍ବା ଫୋନ୍‌ରେ କଥା ହେବା ଏକ ସାଧାରଣ କଥା। ଫୋନ୍‌କୁ ଚାର୍ଜରେ ଲଗାଇ ଏହାକୁ ବ୍ୟବହାର କରିବା ଉଚିତ୍‌ ନୁହେଁ। ହେଲେ ଅଧିକାଂଶ ଲୋକ ଠିକ୍‌ ଏହାର ଓଲଟା କାମ ହିଁ କରିଥାନ୍ତି। ସେମାନେ ଫୋନ୍‌କୁ ଚାର୍ଜରେ ଲଗାଇ ଗେମ୍‌ ଖେଳିବା କିମ୍ବା ଫୋନ୍‌ରେ କଥା ହୋଇଥାନ୍ତି। ଯାହାକି ସେମାନଙ୍କର ଜୀବନ ନେଇପାରେ। ଚାର୍ଜିଂ ବେଳେ ଫୋନ୍‌ରୁ ଅତ୍ୟଧିକ ହିଟ୍‌ ବାହାରିଥାଏ। ତେଣୁ ଏହି ସମୟରେ ଫୋନ୍‌ ବ୍ୟବହାର କରିବା ଦ୍ୱାରା ଓଭର ହିଟ୍‌ ଯୋଗୁ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ଡିଭାଇସ୍‌ ଖରାପ ହେବାସହ ଫୋନ୍‌ ବ୍ଲାଷ୍ଟ୍‌ ହୋଇଥାଏ। 

Advertisment

ଓଭର ନାଇଟ୍‌ ଚାର୍ଜିଂ ବିପଦପୂର୍ଣ୍ଣ...

ସେହିପରି ଅଧିକାଂଶ ଲୋକଙ୍କ ଖରାପ ଅଭ୍ୟାସ, ସେମାନେ ରାତିସାରା ମୋବାଇଲ୍‌କୁ ଚାର୍ଜରେ ଲଗାଇ ରଖିଥାନ୍ତି। ଯାହାକି ବିପଦପୂର୍ଣ୍ଣ। ଏଥିରୁ ବର୍ତ୍ତିବା ପାଇଁ ମୋବାଇଲ୍‌ କମ୍ପାନୀ ନୂଆ ନୂଆ ଫିଚର୍‌ ସବୁ ଡେଭ୍‌ଲପ୍‌ କରିଛନ୍ତି। ଏହାଦ୍ୱାରା ଫୋନ୍‌ ଫୁଲ୍‌ ଚାର୍ଜ ହେବାପରେ ଅଟୋମେଟିକ୍‌ ଏହା ଡିସ୍‌କନେକ୍ଟ ହୋଇଯାଇଥାଏ। ହେଲେ ଅଧିକାଂଶ ଫୋନ୍‌ରେ ଏଭଳି ସୁବିଧା ଉପଲ୍ଲବ୍ଧ ନଥାଏ। ତେଣୁ ଯେଉଁ ମୋବାଇଲ୍‌ରେ ଏହି ସୁବିଧା ନାହିଁ ସେଭଳି ସ୍ଥିତିରେ ରାତିସାରା ମୋବାଇଲ୍‌କୁ ଭୁଲ୍‌ରେ ବି ଚାର୍ଜରେ ଲଗାନ୍ତୁ ନାହିଁ। ନଚେତ୍‌ ଏହାଦ୍ୱାରା କେବଳ ଫୋନ୍‌ ଖରାପ ହେବ ନାହିଁ ବରଂ କ୍ଷତି ମଧ୍ୟ ପହଞ୍ଚିପାରେ। 

ଚାର୍ଜିଂ ବେଳେ ଫୋନ୍‌କୁ ତକିଆ ତଳେ ରଖନ୍ତୁ ନାହିଁ...

ବେଳେବେଳେ କିଛି ଲୋକ ଫୋନ୍‌କୁ ଚାର୍ଜିଂରେ ଲଗାଇ ଏହାକୁ ବେଡ୍‌ ଉପରେ କିମ୍ବା ତକିଆ ତଳେ ରଖି ଦେଇଥାନ୍ତି। ଏଭଳି ସ୍ଥିତିରେ ଓଭର ହିଟ୍‌ ଯୋଗୁ ଫୋନ୍‌ ବ୍ଲାଷ୍ଟ୍‌ ହୋଇପାରେ। ସେହିପରି ଫୋନ୍‌କୁ ଚାର୍ଜରେ ଲଗାଇ ବେଡ୍‌ କିମ୍ବା ଅନ୍ୟ କୌଣସି ବସ୍ତୁ ନିକଟରେ ରଖିବା ବିପଦପୂର୍ଣ୍ଣ। 

Advertisment
Mobile Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ