୭ଟି ଟ୍ରକରେ ନିଆଁ ଲଗାଇଦେଲେ ଉଗ୍ରବାଦୀ : ପାଞ୍ଚ ଡ୍ରାଇଭର ମୃତ

ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।

ଟ୍ରକରେ ନିଆଁ ଲଗାଇଲେ ଉଗ୍ରବାଦୀ

News Summary

ସର୍ଚ୍ଚ ଅପରେସନ୍ ଜାରି

ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ଏପରି ଘଟଣା ଘଟିଛି ।

ଉଗ୍ରବାଦୀଙ୍କ ଲଙ୍କାକାଣ୍ଡ । ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ତେବେ ଏହି ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ଉଗ୍ରବାଦୀ । 

ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ଏପରି ଘଟଣା ଘଟିଛି । ଉଗ୍ରବାଦୀମାନେ ୭ଟି ଟ୍ରକ୍‌ ଉପରକୁ ଗୁଳି ଚଳାଇବା ପରେ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ସନ୍ଦିଗ୍ଧ ଟ୍ରକ୍‌ ଗୁଡ଼ିକୁ ଅଟକାଇ ପ୍ରଥମେ ଗୁଳି ଚଳାଇଥିଲେ । ୭ଟି ଟ୍ରକ ମଧ୍ୟରୁ ୬ଟି ଟ୍ରକରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକରେ କୋଇଲା ଯାଉଥିଲା ।

ହେଲେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଉଗ୍ରବାଦୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଏହି ଭୟଙ୍କର ଘଟଣା ପଛରେ DNLA ଉଗ୍ରବାଦୀ ଗୋଷ୍ଠୀର କାମ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ଜିଲ୍ଲା ଏସପି କହିଛନ୍ତି ଘଟଣା ପରେ ଆସାମ ରାଇଫଲ୍ସ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି ।