ଗଣେଶ ବଞ୍ଚାଇ ଦେଲେ... ସମୁଦ୍ର ଭିତରେ ୩୬ ଘଣ୍ଟାର ସଂଘର୍ଷ ପରେ କୂଳରେ ଲାଗିଲା ୧୩ ବର୍ଷର ବାଳକ

ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ସେମିତି ଭାସିଥିଲା । ନା ଖାଇବାକୁ କିଛି ଥିଲା ନା ପିଇବାକୁ ।

ଗଣେଶ

ଜୀବନ ବଞ୍ଚେଇ ଦେଲେ ଶ୍ରୀ ଗଣେଶ । ପୁଅ ମରିଗଲା ଭାବି ପରିବାରରେ କାନ୍ଦ ବୋବାଳି ଲାଗି ରହିଥିଲା, ହେଲେ ସେହି ପୁଅ ଜୀବିତ ଅବସ୍ଥାରେ ଫେରିଲେ। ୩୬ ଘଣ୍ଟା ଧରି ସମୁଦ୍ର ସହ ଲଢ଼ିଲେ ଏବଂ ଜିତିଲେ ବି। ଏଭଳି କିଛି ଘଟଣା ଘଟିଛି ଗୁଜରାଟ ସୁରତରେ ।

୧୩ ବର୍ଷର ‘ଲଖନ’ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବାକୁ ପରିବାର ସହ ବେଳାଭୂମିକୁ ଯାଇଥିଲେ । ସେଠାରେ ବିସର୍ଜନ ଦେଖୁ ଦେଖୁ ତା ଭାଇ ଗଭୀର ପାଣିରେ ବୁଡିଯାଉଥିବା ଭାବି ବଂଚାଇବାକୁ ଉଦ୍ୟମ କରିଥିଲା । ହେଲେ ସମୁଦ୍ର ଲହଡ଼ି ତାଙ୍କୁ ଭିତରକୁ ଟାଣି ନେଇ ଚାଲି ଯାଇଥିଲା । ଭାଇ ସିନା ବଞ୍ଚିଗଲେ କିନ୍ତୁ ଲଖନ ସମୁଦ୍ର ଭିତରକୁ ଚାଲିଗଲା। ହେଲେ ସମୁଦ୍ର ଭିତରେ ହାର ମାନିନଥିଲା ଲଖନ। ଲଢ଼ିଥିଲା ଆଉ ବଞ୍ଚି ରହିବାକୁ ସଂଘର୍ଷ କରିଥିଲା ।

ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ସେମିତି ଭାସିଥିଲା । ନା ଖାଇବାକୁ କିଛି ଥିଲା ନା ପିଇବାକୁ । ବାସ୍, ଥିଲା କେବଳ ଅଦମ୍ୟ ସାହସ ଓ ବଞ୍ଚି ରହିବାର ଅଦମ୍ୟ ବିଶ୍ୱାସ ।

ପରେ ମତ୍ସ୍ୟଜୀବୀମାନେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣି ପୋଲିସକୁ ଖବର ଦେଇଥିଲେ । ଚିକିତ୍ସା ପାଇଁ ତାକୁ ନଭସାରିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଘରକୁ ଫେରିବା ପରେ ସ୍ୱାଗତ କରିଥିଲେ ସମସ୍ତେ ।