Minor boy rapes 58 year old woman, kills her
୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ। ହାତ ବାନ୍ଧି, ପାଟି ବନ୍ଦ କରି ୫୮ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ୨ ବର୍ଷ ପୂର୍ବେ ମୋବାଇଲ୍ ଚୋରି ଘଟଣାକୁ ନେଇ ନାବାଳକ ଜଣକ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଜାନୁଆରୀ ୩୦ ତାରିଖ ବିଳମ୍ବିତ ରାତିରେ ହନୁମାନା ପୋଲିସ୍ ଥାନା ଅନ୍ତର୍ଗତ କୈଳାସପୁରୀ ଗାଁରେ ଏହି ଘଟଣା ଘଟିଛି।
ନାବାଳକ ଜଣକ ପ୍ଲାଷ୍ଟିକ ବ୍ୟାଗ ଓ କପଡ଼ାରେ ସମ୍ପୃକ୍ତ ମହିଳାଙ୍କ ପାଟି ବନ୍ଦ କରି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ନିର୍ମାଣାଧୀନ ବିଲ୍ଡିଂକୁ ନେଇଥିଲା। ସେଠାରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଅଂଶକୁ ଦାଆରେ ଆକ୍ରମଣ କରିଥିଲା। ଏପରିକି ମହିଳାଙ୍କ ଗୁପ୍ତାଙ୍ଗକୁ ମଧ୍ୟ ବାଡ଼ିରେ ଆଘାତ ଦେଇଥିଲା ନାବାଳକ।
ଅଧିକ ପଢ଼ନ୍ତୁ: କାର୍ରେ ଉଠାଇନେଇ ନାବାଳିକାଙ୍କୁ ୪ ଦିନ ଦୁଷ୍କର୍ମ !
ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ୨ ବର୍ଷ ପୂର୍ବେ ସମ୍ପୃକ୍ତ ନାବାଳକ ତାଙ୍କ ଘରକୁ ଟିଭି ଦେଖିବାକୁ ଆସୁଥିଲା। ଘରୁ ମୋବାଇଲ୍ ଚୋରି ନେଇ ନାବାଳକଙ୍କ ବିରୋଧରେ ଉକ୍ତ ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏହାପରେ ଶତ୍ରୁତା ହୋଇଥିଲା। ଚୋରି ଅଭିଯୋଗ ପରେ ନାବାଳକ ନିଜ ଗାଁରେ ଲଜ୍ଜିତ ଅନୁଭବ କରୁଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ସେ ଯୋଜନା କରିଥିଲା।
ଜାନୁଆରୀ ୩୦ ତାରିଖରେ ମହିଳାଙ୍କ ସ୍ୱାମୀ ଓ ପୁଅ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ନାବାଳକ ଘର ଭିତରକୁ ପଶିଥିଲା। ଏହାପରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ହେଲେ ମହିଳା ଜଣକ ଚିତ୍କାର କରିବାରୁ ପ୍ଲାଷ୍ଟିକ ବ୍ୟାଗ ଓ କପଡ଼ାରେ ସମ୍ପୃକ୍ତ ମହିଳାଙ୍କ ପାଟି ବନ୍ଦ କରି ନାବାଳକ ଜଣକ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ନିର୍ମାଣାଧୀନ ବିଲ୍ଡିଂକୁ ନେଇଥିଲା। ସେଠାରେ ତାଙ୍କ ହାତ ବାନ୍ଧି ଦାଆରେ ଆକ୍ରମଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଖବରପାଇ ପୋଲିସ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତଦନ୍ତ ବେଳେ ଘଟଣା ପଛରେ ଜଣେ ନାବାଳକର ହାତ ଥିବା ଜଣାପଡ଼ିଥିଲା। ଯିଏକି ମହିଳାଙ୍କ ପଡ଼ୋଶୀ। ପୋଲିସ୍ ନାବାଳକକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1675666486.jpg)