Advertisment

ପାଟିରେ ପୂରାଇଦେଲେ AK47, କାର୍ଗିଲ ହିରୋ ମନେପକାଇଲେ ସେଦିନର ଭୟଙ୍କର ନିର୍ଯାତନା

ପାଟି ଭିତରେ ଥିଲା AK-47 ବନ୍ଧୁକ, ଆଖି ଥିଲା ଟ୍ରିଗର ଆଙ୍ଗୁଠି ଉପରେ । ମୃତ୍ୟୁ ମୁହଁରେ ସାଢ଼େ ତିନିଦିନ । କାର୍ଗିଲ ଯୁଦ୍ଧ ହିରୋ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ୍ କେ ନଚିକେତା ରାଓଙ୍କ ଲୋମଟାଙ୍କୁରା କାହାଣୀ...

ଅଦ୍ୟତନ ହୋଇଛି
Kargil war hero Recounts Capture In Pakistan

kargil war hero

Advertisment

"୨୫ ବର୍ଷ, ବହୁତ ଲମ୍ବା ସମୟ, ମାତ୍ର ଏବେବି ମନରୁ ଲିଭିନି ସେହି ଲୋକର ଆଖି ଓ ଚେହେରା । ମୋ ପାଟି ଭିତରେ ଥିଲା ତାର AK-47 ବନ୍ଧୁକର ସାମ୍ନା ଭାଗ...। ମୁଁ ଖାଲି ଚାହିଁରହିଥିଲି, ଟ୍ରିଗର ଉପରେ ଥିବା ତାର ଆଙ୍ଗୁଠିକୁ, ସେ ଏହା ଟାଣିନେଉଛି ନା ନାହିଁ ।" ଏ ହେଉଛି ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ୍ କେ ନଚିକେତା ରାଓ କହିଥିବା କିଛି ଲୋମଟାଙ୍କୁରା କଥା ।

Advertisment

କାର୍ଗିଲ ଯୁଦ୍ଧ ସମୟରେ ଫାଇଟର ପାଇଲଟ୍ ନଚିକେତା ଚଳାଉଥିବା MIG-27ଯୁଦ୍ଧ ବିମାନର ଇଞ୍ଜିନ୍ ହଠାତ୍ ଫେଲ୍ ହୋଇଯାଇଥିଲା । ପରେ ପାହାଡ଼ରେ ପିଟିହେବା ପୂର୍ବରୁ ବିମାନରୁ ବାହାରିଯିବାକୁ ସେ ବାଧ୍ୟ ହୋଇଥିଲେ । ଏହାର କିଛି ସମୟ ପରେ ପାକିସ୍ତାନୀ ସୈନ୍ୟ ତାଙ୍କୁ ଧରିନେଇଥିଲେ । ନିଜ କବଜାରେ ରଖିବା ସହ ନିର୍ଯାତନା ଦେଇଥିଲେ । ପରେ ଭାରତୀୟ ଅଧିକାରୀଙ୍କ ପାଖରେ ସମର୍ପିଥିଲେ।

ଅଧିକ ପଢନ୍ତୁ : Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

Advertisment

କାର୍ଗିଲ ଯୁଦ୍ଧ ସମୟରେ ଫାଇଟର ପାଇଲଟ୍ ଥିଲେ ଗ୍ରୁପ କ୍ୟାପଟେନ୍ କେ  ନଚିକେତା । MIG-27 ଯୁଦ୍ଧବିମାନ ଚଳାଉଥିବା ନତିକେତାଙ୍କ ସହ ଏମିତି କିଛି ଘଟଣା ଘଟିଥିଲା, ଯାହା ଜାଣିଲେ ଆପଣଙ୍କ ଶରୀର କମ୍ପିଉଠିବ । ବାୟୁବୀର ନଚିକେତାଙ୍କ କହିବା ଅନୁସାରେ ଫାଇଟର ବିମାନ MIG-27କୁ ନେଇ ସେ ପ୍ରାୟ ୧୫ହଜାରରୁ- ୧୬ହଜାର ଉଚ୍ଚତାରେ ଥିବାବେଳେ ହଠାତ୍ ବିମାନର ଏକ ଇଞ୍ଜିନ୍ ଫେଲ୍ ହୋଇଗଲା । ଏହା ଜାଣିବା ପରେ ତୁରନ୍ତ ସେ ଏହି ସୂଚନା ପଠାଇ ଦେଇଥିଲେ । ଯେହେତୁ ବିମାନଟି ସିଙ୍ଗଲ ଇଞ୍ଜିନର ଥିଲା, ପାଖରେ ଆଉ କୌଣସି ଅନ୍ୟ ବିକଳ୍ପ ନଥିଲା । ଫଳରେ ବିମାନ ଛାଡ଼ିବାକୁ ସେ ବାଧ୍ୟହୋଇଥିଲେ । ଏହାର କିଛି ମୂହୂର୍ତ୍ତ ମଧ୍ୟରେ ତାଙ୍କର ଆଖିସାମ୍ନାରେ MIG-27ବିମାନ କ୍ରାସ୍ ହୋଇଯାଇଥିଲା ।  

କାର୍ଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାଙ୍କ ସାହସ, ଶୌର୍ଯ୍ୟ ଓ ପରାକ୍ରମର କଥା ସ୍ମରଣ କରୁଛନ୍ତି ସମସ୍ତ ଭାରତୀୟ । ନିଜ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ହସି ହସି ଛାତି ପତେଇ ଦେଇଥିବା ଭାରତୀୟ ସେନାର ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ । ତେବେ ମୃତ୍ୟୁର ଚେହେରାକୁ ଆଖିରେ ଦେଖିଥିବା ଭାରତୀୟ ବାୟୁସେନାର ଲଢ଼ୁଆ ବୀର ଗ୍ରୁପ କ୍ୟାପଟେନ୍ କେ ନଚିକେତା ଏବେ ବି ଭୁଲିନାହାନ୍ତି ସେ ଦିନର କଥା । ଏକ ସାକ୍ଷାତକାରରେ ସେ ବଖାଣିଛନ୍ତି ସାହସ, ସଂଘର୍ଷ ଓ ବଳିଦାନର ସେ ଛାତିଥରା ଦୃଶ୍ୟକୁ ।  

Advertisment

ଅଧିକ ପଢନ୍ତୁ : କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...

କ’ଣ ଘଟିଥିଲା ସେଦିନ ?
ତତ୍କାଳୀନ ଫ୍ଲାଇଟ ଲେପ୍ଟନାଣ୍ଟ କେ ନଚିକେତା ରାଓ କହିଛନ୍ତି, "ଅନ୍ୟ ତିନିଜଣ ଫାଇଟର ପାଇଲଟଙ୍କ ସହିତ, ଶ୍ରୀନଗରରୁ ଘଟଣା ଦିନ ସକାଳେ ଯିବାକୁ ପଡ଼ିଥିଲା । ଶ୍ରୀନଗରରୁ ବାହାରିବାକୁ ପ୍ରସ୍ତୁତ ଥିଲୁ..ମୁନ୍ଥୁ ଧାଲୋ ନାମକ ଏକ ସ୍ଥାନ ଥିଲା ଟାର୍ଗେଟ । ସେଠାରେ ଥିଲେ ଶତ୍ରୁପକ୍ଷର ବହୁତ ସୈନ୍ୟ । ୪ଟି ବିମାନ ଏକାଠି ପ୍ରସ୍ତୁତ ହୋଇ ଉଡ଼ାଣ ଭରିବା ସହ, ମୁଁ ଓ ମୋର ଲିଡର ରକେଟ୍ ଫାୟର କରିଥିଲୁ । ରକେଟ୍ ଆକ୍ରମଣ ପରେ ମୋ ବିମାନର ଇଞ୍ଚିନ ଫେଲ୍ ହୋଇଗଲା । ଯେହେତୁ MIG 27 ହେଉଛି ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ବିମାନ, ଇଞ୍ଜିନ ଫେଲ୍ ହେଲେ ରିଲାଇଟ୍ ପ୍ରୋସେସକୁ ଯିବା ଜରୁରୀ ଥିଲା । ମାତ୍ର ସେଠାରେ ସ୍ଥଳଭାଗର ଉଚ୍ଚତା ଅଧିକ ଥିବାରୁ ତଳକୁ ଯିବା କଷ୍ଟକର ଥିଲା । ଏହି ସମୟରେ ହଠାତ୍ ବିମାନ ସାମ୍ନାରେ ଏକ ବିରାଟ ପାହାଡ଼ ଆସି ସାରିଥିଲା । ଏହା ଦେଖିବା ପରେ ବିମାନରୁ ବାହାରିଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ସେହି ସମୟରେ ବିମାନର ଉଚ୍ଚତା ୧୫ ହଜାରୁ ଫୁଟରୁ ଅଧିକ ଥିଲା ।" ଏହା ସୌଭାଗ୍ୟ ଯେ, ନିଷ୍ପତ୍ତି ନେବାକୁ ସମୟ ମିଳିଲା, କାରଣ କିଛି ସେକେଣ୍ଡ ମଧ୍ୟରେ ବିମାନଟି ପାହାଡ଼ରେ ପିଟିହୋଇ ଚୁରମାର ହୋଇସାରିଥିଲା । ବିମାନରେ ଥିଲେ ମୋ ସହିତ ମଧ୍ୟ ସମାନ ଘଟିଥାନ୍ତା କହିଛନ୍ତି ଫ୍ଲାଇଟ ଲେପ୍ଟନାଣ୍ଟ କେ ନଚିକେତା ରାଓ ।  

କେମିତି ଧରିନେଲେ ପାକ୍ ସୈନ୍ୟ ?
ସେତିକିରେ ସରିନଥିଲା ଯୁବ ଫାଇଟର ପାଇଲଟଙ୍କ ସମସ୍ୟା, ବରଂ ଆହୁରି ବଡ଼ ବିପଦ ଆସିବାକୁ ଯାଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି, "ଫାଇଟର ଜେଟ୍ ଭିତରେ ଥିବାବେଳେ ଶରୀରରେ ଥିବା ସମସ୍ତ ସୁରକ୍ଷା ସାମଗ୍ରୀ ହଟିସାରିଥିଲା । ଚାରିଆଡ଼େ ବରଫ ଥିଲା, ଶରୀର ମଧ୍ୟ ସାଥ୍ ଦେଉନଥିଲା । ପାଖରେ ମାତ୍ର ଗୋଟିଏ ଛୋଟ ପିସ୍ତଲ ଓ ୧୬ ରାଉଣ୍ଡ ଗୁଳି ।" 

ଫ୍ଲାଇଟ୍ ଲେପ୍ଟନାଣ୍ଟ ନଚିକେତା କହିଛନ୍ତି, ସେ କେଉଁଠି ଅଛନ୍ତି ଜାଣିପାରୁ ନଥିଲେ । ନିଜ ପାଖରେ ଥିବା ସମସ୍ତ ଗୋପନୀୟ ତଥ୍ୟ ଲୁଚାଇବାକୁ ଚେଷ୍ଟା ଚଳାଇଥିଲେ ଓ ପରିସ୍ଥିତିକୁ ବୁଝିବାକୁ ଟେଷ୍ଟା କରୁଥିଲେ । ପାଖରେ ଗୁଳିର ଶବ୍ଦ ଶୁଣାଯାଉଥିଲା, କେହି ଫାୟରିଂ କରୁଥିବା ଜାଣିପାରି କିଛି ବୋଲ୍ଡର ପଛରେ କଭର ନେଇଗଲେ । ପରେ ଦେଖିଲେ ୫ରୁ ୬ ଜଣ ସୈନ୍ୟ । ତାପରେ ବୁଝିସାରିଥିଲେ ଯେ ସେମାନେ ଆମର ସୈନ୍ୟ ନୁହଁନ୍ତି । ନିଜ ବନ୍ଧୁକରୁ ଫାୟରିଂ କରିବାକୁ ଚେଷ୍ଟା କଲେ, ମାତ୍ର ୮ ରାଉଣ୍ଡ ଶୀଘ୍ର ଶେଷ ହୋଇଗଲା, ଅନ୍ୟ ରାଉଣ୍ଡ ଲୋଡ୍ କରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ପାଖରେ ପହଞ୍ଚି ଯାଇଥିଲା ।

ନଚିକେତା ଆହୁରି ମଧ୍ୟ କହିଛନ୍ତି, ଏହାର କିଛି ମୂହୂର୍ତ୍ତ ମଧ୍ୟରେ ସେମାନେ ଆସି ପାଟିରେ AK47 ଭର୍ତ୍ତି କରିଦେଲେ । "ମୁଁ ତାଙ୍କର ଟ୍ରିଗର ଫିଙ୍ଗରକୁ ଚାହିଁରହିଥିଲି, ସେ ଗୁଳି କରୁଛନ୍ତି ନା ନାହିଁ । କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା । ସେହି ପ୍ଲାଟୁନର ଆର୍ମୀ କ୍ୟାପଟେନ୍ ସେମାନଙ୍କୁ ମନାକଲେ ।
ପାକିସ୍ତାନୀ ଆର୍ମୀ କ୍ୟାପଟେନ ଜଣଙ୍କ ତାଙ୍କର ସହକର୍ମୀ ମାନଙ୍କୁ ସେଦିନ ବୁଝାଇବାକୁ ସମର୍ଥ ହୋଇଥିଲେ ଯେ, ଜଣେ ସୈନିକ ଭାବେ ସେ କେବଳ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ପରେ ସେମାନେ ବନ୍ଦୀ କରି ସାଙ୍ଗରେ ନେଇଯାଇଥିଲେ ।

ଅଧିକ ପଢନ୍ତୁ : ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...

ପାକ୍ ସୈନ୍ୟଙ୍କ ନିର୍ଯାତନା

ପ୍ରଥମେ ଅଳ୍ପ ପଚରାଉଚରା କରିବା ପରେ ଗୋଟେ ହେଲିକପ୍ଟରରେ ସ୍କାର୍ଦୁ ନେଇଗଲେ । ଏହାର ୨୪ ଘଣ୍ଟା ପରେ  ଏକ ଯୁଦ୍ଧ ବିମାନରେ (C130)  ଇସଲାମାବାଦ ଓ ପରେ ରାୱଲପିଣ୍ଡି ନେଇଗଲେ । ତାଙ୍କୁ ସହଯୋଗ କରୁନଥିବା ଘୋଷଣା କରିବାକୁ ଗୋଟିଏ ଦିନ ସମୟ ନେଲେ ଓ ପରେ ISI ସ୍ପେସିଆଲିଷ୍ଟ ସେଲକୁ ଦେଇଦେଲେ । ସେଠାରେ ଜଣେ ସୈନିକ କହିଥିଲେ ଯାହା ଏବେ ହେବ ବହୁତ କଷ୍ଟକର । ବିନା ଖାଦ୍ୟ, ଗରମ, ଛିଡ଼ାହୋଇ ରହିବା ସହ ପଚରାଉଚରା ଜାରି ରଖିଲେ । ଏହା ଅତ୍ୟନ୍ତ କଷ୍ଟକର ଥିଲା । ଏହାପରେ ଥିଲା ଥାର୍ଡ ଡିଗ୍ରୀ । ମାତ୍ର ଏହାପୂର୍ବରୁ ଭାରତକୁ ଫେରାଇଦେବା ନିଷ୍ପତ୍ତି ଆସିଥିଲା ।

ଫ୍ଲାଇଟ ଲେପ୍ଟନାଣ୍ଟ କେ ନଚିକେତା ରାଓ କହିଛନ୍ତି, ସେତେବେଳେ ସଠିକ୍ ସ୍ଥାନ ନେଇ ଧାରଣା ନଥିଲା । ମାତ୍ର କିଛି ବର୍ଷ ପରେ ଆର୍ମୀ ହେଲିକପ୍ଟରରେ ସମାନ ସ୍ଥାନକୁ ଯାଇଥିଲେ । ସେଠାରେ ନଚିକେତା ଜାଣିବାକୁ ପାଇଥିଲେ ଯେ ଏହା ଭାରତର ସୀମାରେ ଥିଲା ଓ LOC ଠାରୁ ୬ କିଲୋମିଟର ଦୂରତା ଥିଲା ।  

Indian Air Force Kargil War Kargil War Hero
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ