Advertisment

ନିଜ କାର ଛାଡ଼ି କାହିଁକି ଅଟୋରେ ଗଲେ ମର୍ସିଡିଜ ବେଞ୍ଜ CEO

ବଡ ବଡ ଲୋକ ବେଳେବେଳେ ସାଧାରଣ ମଣିଷଙ୍କ ପରି ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ମର୍ସିଡିଜ ବେଞ୍ଜର CEO ମାର୍ଟିନ ସ୍ୱେଙ୍କ୍‌ଙ୍କର ଏକ ଫଟୋ ଇନ୍‌ଷ୍ଟ୍ରାଗ୍ରାମରେ ଭାଇରାଲ ହୋଇଛି। ମାର୍ଟିନଙ୍କର ଏହି ଫଟୋକୁ ୟୁଜର୍ସ ଖୁବ୍‌ ପସନ୍ଦ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି, ମାର୍ଟିନ ସ୍ୱେଙ୍କ ଏକ ଅଟୋରିକ୍ସାରେ ଯାଉଛନ୍ତି। ସମସ୍ତଙ୍କୁ ଏହି ଫଟୋ ଆଶ୍ଚର୍ଯ୍ୟ କରିଛି ଯେ, ମର୍ସିଡିଜର ସିଇଓଙ୍କ ପାଇଁ ଏପରି କି ପରିସ୍ଥିତି ଆସିଲା ଯେ ସେ ପବ୍ଲିକ ଟ୍ରନ୍ସପୋର୍ଟ ନେବାକୁ ବାଧ୍ୟ ହୋଇଥିଲେ ?

ଅଦ୍ୟତନ ହୋଇଛି
Mercedes-Benz CEO travelling in auto-rickshaw in Pune.

ଆଶ୍ଚର୍ଯ୍ୟ ହେବା ବି ସ୍ୱାଭାବିକ। ସ୍ୱେଜ ଅଟୋରିକ୍ସା ନେବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। କାରଣ ପୁଣେରେ ସ୍ୱେଜ ନିଜ ମର୍ସିଡ଼ିଜ S-classରେ ଯାଉଥିଲେ। ହଠାତ୍‌ ବାଟରେ ଟ୍ରାଫିକ ଏତେ ଜାମ ହୋଇଗଲା ଯେ ସେ ଆଗକୁ ଯାଇ ପାରି ନ ଥିଲେ । ଏତେ ଭିଡକୁ ଦେଖି ସ୍ୱେଜ ଗାଡିରୁ ଓହ୍ଲାଇ ପଡ଼ିଥିଲେ। କିଛି ବାଟ ଚାଲି ଚାଲି ଯାଇ ଅଟୋ ରିକ୍ସାରେ ଯିବା ପାଇଁ ମନସ୍ଥ କରିଥିଲେ। ଏହି ସମୟରେ ଜଣେ ବୟସ୍କ ଅଟୋ ବାଲାଙ୍କୁ ସେ ଭେଟିଥିଲେ ଏବଂ ସେ ଦେଶର ପ୍ରମଖ ଅଟୋମାବାଇଲ କମ୍ପାନୀ ସିଇଓଙ୍କୁ ଭିଡରୁ ଏକପ୍ରକାର ଉଦ୍ଧାର କରିଥିଲେ।

ଛୋଟ ଭିଡିଓଟିଏ କିନ୍ତୁ କହୁଛି ଅନେକ କଥା। ଅଧିକାଂଶ କର୍ମଚାରୀ ଅଫିସରେ ବିଳମ୍ବରେ ପହଞ୍ଚିଥାନ୍ତି ଏବଂ ଏଥିପାଇଁ ଟ୍ରାଫିକ ଜାମର ବାହନା ନେଇଥାନ୍ତି। ହେଲେ ଏଇ ମହାନ ବ୍ୟକ୍ତିଙ୍କୁ ଦେଖନ୍ତୁ। କେତେ ବଡ କମ୍ପାନୀର ସିଇଓ। ହେଲେ ଟ୍ରାଫିକ ଭିଡ ପାଇଁ ନା ସମୟ ସହିତ ସାଲିସ କରୁଛନ୍ତି ନା ନିଜ କର୍ତ୍ତବ୍ୟ ସହ । କେମିତି ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ସେଥିପାଇଁ ସେ ନିଜ କାରରୁ ଓହ୍ଲାଇ ଅଟୋ ରିକ୍ସାରେ  ଯାଉଛନ୍ତି।

Advertisment

ସିଇଓଙ୍କ ଏପରି ଟଫୋକୁ ଦେଖି ବହୁତ ଲୋକ ବହୁତତ କମେଣ୍ଟ ଦେଇଛନ୍ତି। ଭିଡ ଭିତରେ କାରରେ ଫସିଗଲେ କେମିତି ବର୍ତ୍ତିବ ଏଥିରୁ ଶିକ୍ଷାଲାଭ କରିବା କଥା ବୋଲି କେତେଜଣ କହିଛନ୍ତି।

Mercedes-Benz Mercedes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ