Advertisment

କଚ୍ଛରୁ ମିଳିଲା ବାସୁକି ନାଗର ଜୀବାଶ୍ମ, ଆନାକୋଣ୍ଡା ଓ ଡାଇନୋସରଠୁ ବି ବଡ଼

ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।

ଅଦ୍ୟତନ ହୋଇଛି
Vasuki Indicus

Vasuki Indicus

Advertisment

ଗୁଜୁରାଟର କଚ୍ଛରେ ମିଳିଛି ଏକ ବହୁ ପ୍ରାଚୀନ ଜୀବାଶ୍ମ । ଏହି ଜୀବାଶ୍ମଗୁଡ଼ିକ ‘ବାସୁକି ନାଗ’ର ବୋଲି କୁହାଯାଉଛି । ଏହା ଦୁନିଆର ସବୁଠାରୁ ବଡ଼ ସାପ ଥିଲା । ଏହି ସାପ ଆନାକୋଣ୍ଡା ଓ ଡାଇନୋସର ଯୁଗର ବିଶାଳକାଳ T Rex ଡାଇନୋସରଠାରୁ ମଧ୍ୟ ବଡ଼ । ଏହି ବାସୁକି ନାଗର ଜୀବାଶ୍ମ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ମିଳିଛି ।

Advertisment

ପୌରାଣିକ ଆଖ୍ୟାନ ଅନୁଯାୟୀ, ଏହା ହେଉଛି ସେହି ସାପ ଯାହାର ଉଲ୍ଲେଖ ସମୁଦ୍ର ମନ୍ଥନରେ ମଧ୍ୟ ରହିଛି । ଏହାର ସାହାଯ୍ୟରେ ସମୁଦ୍ରରୁ ଅମୃତ ଏବଂ ବିଷ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ବାହାରିଥିଲା। ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।

ତେବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୧୧ରୁ ୧୫ ମିଟର। ବର୍ତ୍ତମାନ ବିଲୁପ୍ତ ହୋଇସାରିଥିବା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି। କିନ୍ତୁ ବାସୁକି ଇଣ୍ଡିକସ୍‌ କେବଳ ଭାରତରେ ହିଁ ବସବାସ କରୁଥିଲେ। ଏହାର ଓଜନ ପ୍ରାୟ ଏକ ହଜାର କିଲୋଗ୍ରାମ ବୋଲି ସେମାନେ ଅନୁମାନ କରୁଛନ୍ତି ।

Advertisment

ଆଇଆଇଟି ରୁର୍‌କିର ପ୍ରଫେସର ସୁନୀଲ ବାଜପେୟୀ ଓ ପ୍ରଫେସର ଦେବଜିତ ଦତ୍ତ ବିଲୁପ୍ତ ସାପର ଜୀବାସ୍ମକୁ ଗୁଜରାଟର କଚ୍ଚରୁ ଠାବ କରିଛନ୍ତି । ୨୦୦୫ରୁ ଏହାକୁ ଠାବ କରାଯାଇଥିବା ବେଳେ ଏବେ ଏହା ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି। Scientific Reports' on 'Springer Natureରେ କୁହାଯାଇଛି ଯେ ଗବେଷକମାନେ ପ୍ରାୟ ୪୭ ନିୟୁତ ବର୍ଷ ପୂର୍ବେ ଗୁଜରାଟରେ ଦେଖାଯାଉଥିବା ବିଶାଳକାୟ ସାପର ଜୀବାସ୍ମ ଠାବ କରିଛନ୍ତି। କଚ୍ଚରେ ଥିବା ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ଠାବ ହୋଇଥିବା ନମୁନାକୁ ଯାଞ୍ଚ କରାଯାଇଥିଲା। ଗବେଷକମାନେ ଭଲ ଭାବେ ସଂରକ୍ଷିତ ହୋଇ ରହିଥିବା ୨୭ଟି vertebrae ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

ଏହି vertebraeର ଦୈର୍ଘ୍ୟ ୩୭.୫ ରୁ ୬୨.୭ ମିଲିମିଟର ଓ ମୋଟେଇ ୬୨.୪ରୁ ୧୧.୪ ମିଲିମିଟର ମଧ୍ୟରେ ହେବ । ବାସୁକି ନାଗର ଶରୀର ସିଲିଣ୍ଡର ପରି । ଏହା ଆଜି ପର୍ଯ୍ୟନ୍ତ ଦୀର୍ଘତମ ଜଣାଶୁଣା ସାପ ଟିଟାନୋବା ଠାରୁ ବି ବଡ଼। ବାସୁକି ନାଗ ବିଶାଳକାୟ ହୋଇଥିବାରୁ ଶିକାର କଲାବେଳେ ଏହା ଆନାକୋଣ୍ଡା ପରି ଅତ୍ୟନ୍ତ ମନ୍ଥର ବେଗରେ ଆଗକୁ ବଢ଼ିଥାଏ ବୋଲି ଗବେଷକମାନେ କହିଛନ୍ତି ।

Advertisment
Gujarat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ