Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ବନ୍ କପି: ସେଇ ଲୁକ୍, ସେଇ ଠାଣି

ଦେଶର ରାଜନୈତିକ ଛକାପଞ୍ଝା ଭିତରେ, ବେଳେ ବେଳେ ଏମାନଙ୍କୁ ବି ନେଇ ହୁଏ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ମିଳେ ସେଲିବ୍ରିଟି ଫିଲ୍ ।

ଅଦ୍ୟତନ ହୋଇଛି
Meet PM Modi's Look-Alike Vikas Mahante

Meet PM Modi's Look-Alike Vikas Mahante

Advertisment

ସେଇ ଲୁକ୍, ସେଇ ଠାଣି... ସେଇ ଚଷମାକୁ ସେମିତି ଚାହାଣୀ... ଦାଢ଼ି ଠୁ ପଗଡ଼ି, ହାଫ୍ ଜାକେଟ କୁର୍ତ୍ତା ଠୁ ପାଦର ଜୋତା... ଅବିକଳ। ମୋଦିଙ୍କ କାର୍ବନ୍ କପି। ହଠାତ୍ ଯିଏ ବି ଦେଖିଲେ ଭ୍ରମରେ ପଡ଼ିଯିବ, ଭାବିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ରାଜନୈତିକ ଛକାପଞ୍ଝା ଭିତରେ, ବେଳେ ବେଳେ ଏମାନଙ୍କୁ ବି ନେଇ ହୁଏ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ମିଳେ ସେଲିବ୍ରିଟି ଫିଲ୍ ।

Advertisment

ସେମିତି ଜଣେ ମୋଦିଙ୍କ କାର୍ବନ କପିଙ୍କୁ ନିକଟରେ ଦେଖିବାକୁ ମିଳିଥିଲା ମୁମ୍ବାଇରେ। ଇଏ ମାୟାନଗରୀର ଉପକଣ୍ଠ ମଲାଡ଼ ନିବାସୀ ବିକାଶ ମହାନ୍ତେ। ଜଣେ ଅଭିନେତା, ମୋଦିଙ୍କ ନକଲ କରିବାରେ ଓସ୍ତାଦ। ସେ ନଜର ଆସିଥିଲେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ଉପନେତା ବାଲାସାହେବ ଥୋରାଟଙ୍କ ସହିତ । ଜଣେ କଂଗ୍ରେସ ନେତାଙ୍କ ସହ ମୋଦିଙ୍କୁ ଦେଖି ହଠାତ୍ ଚମକି ପଡ଼ିଥିଲେ ସମସ୍ତେ।

ହେଲେ ପରେ ଜଣାପଡ଼ିଥିଲା, ଇଏ ତ ଡୁପ୍ଲିକେଟ୍ ମୋଦି। ଗତ ଏପ୍ରିଲ ୨୯ ତାରିଖରେ କର୍ଣ୍ଣାଟକ ଦାୱଣଗେରେ ଠାରେ ଚାଲିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ୍ ସୋ । ଆଉ ସେଥିରେ ହଠାତ୍ ମୋଦିଙ୍କୁ ହାତ ହଲାଉଥିବା ଦେଖି, ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ସାଧାରଣ ଜନତା । ପୁଷ୍ପବୃଷ୍ଟି ସହିତ ମୋଦି ମୋଦି ନାରା ବି ଦେଇଥିଲେ । ହେଲେ ଗାଡ଼ି ଉପରେ ଠିଆ ହୋଇ ଅବିକଳ ମୋଦିଙ୍କ ଠାଣିରେ ଲୋକଙ୍କୁ ଅଭିବାଦନ ଜଣାଉଥିବା ବ୍ୟକ୍ତି ଜଣକ ପିଏମ୍ ମୋଦି ନଥିଲେ, ଥିଲେ ତାଙ୍କ କାର୍ବନ କପି। 

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଦେଖାଯାଉଥିବା ଆଉ ଜଣେ ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ଅଭିନନ୍ଦନ ପାଠକ । ଚର୍ଚ୍ଚା ହୁଏ, ତାଙ୍କୁ ଦେଖି ପୋଲିସ ଅଧିକାରୀ ସାଲ୍ୟୁଟ କରିଥିଲେ ଓ ହେମାମାଳିନୀ ପଚାରିଥିଲେ ମୋଦି ଜୀ, ଆପଣ ବିନା ସିକ୍ୟୁରିଟିରେ ଏଠାରେ କେମିତି। ୟାଙ୍କ ଘର ଛତିଶଗଡ଼ ବସ୍ତରରେ । ସେ ପୂର୍ବରୁ ବିଜେପି ପାଇଁ କ୍ୟାମ୍ପେନିଂ କରୁଥିବା ବେଳେ, ପରେ କଂଗ୍ରେସକୁ ଡେଇଁଥିଲେ।

ଖାଲି ପ୍ରଚାରରେ ସାମିଲ ହେବା ପାଇଁ ନୁହେଁ, ସାଧାରଣ ଲୋକଙ୍କ ମଧ୍ୟରେ ବି ରହିଛି ମୋଦିଙ୍କ ଭଳି ଦିଶିବାର ଆଗ୍ରହ । ଏଇ ଯେମିତି, ଗୁଜରାଟ ବଡ଼ୋଦରାର ଜଣେ ଗୁପ୍ଚୁପ୍ ବିକାଳୀ ଅନୀଲ ଭାଇ ଖଟ୍ଟର । ଯିଏ କି, କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲେ, ନିଜର ମୋଦି ଲୁକ୍ ପାଇଁ।

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ