Advertisment

ୟୁଟ୍ୟୁବରେ ରୋଷେଇ ଶିଖେଇ ଆଈ ଲକ୍ଷପତି

ସୁମନ ଧାମନେଙ୍କ ଚ୍ୟାନେଲର ନାଁ ହେଉଛି ‘ଆପ୍‌ଲି ଆଜି’। ଓଡ଼ିଶାରେ ଏହାର ଅର୍ଥ ଆପଣମାନଙ୍କ ଜେଜେମା। ‘ଆପ୍‌ଲି ଆଜି’ ୟୁଟ୍ୟୁବ ଚାନେଲ ମାଧ୍ୟମରେ ସୁମନ ନିଜେ ପାରମ୍ପରିକ ଖାଦ୍ୟ ସହିତ ଦେଶର ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ଖାଦ୍ୟକୁ ବନାଇବା ଶିଖାଇଥାନ୍ତି।

ଅଦ୍ୟତନ ହୋଇଛି
YouTube

YouTube

Advertisment

ନୂଆଦିଲ୍ଲୀ: ବୟସ ୭୦ ଛୁଇଁଲାଣି। ଆଜି ବି କିଛି କରିବାର ଇଚ୍ଛା ତାଙ୍କୁ ଦେଇଛି ରୋଜଗାର। ଏହା ସହ ସାରା ଦେଶରେ ପାଇଛନ୍ତି ଖ୍ୟାତି। ଆମେ କହୁଛୁ ମହାରାଷ୍ଟ୍ରର ୭୦ ବର୍ଷୀୟ ସୁମନ ଧାମନେଙ୍କ କଥା। ଇଛା ଆଗରେ ବୟସ କେବେ ବାଧକ ସାଜି ନ ଥାଏ ଏ କଥାକୁ ସତ କରି ଦେଖାଇଛନ୍ତି ସୁମନ। ବୟସର ଅପରାହ୍ଣରେ ଲୋକମାନେ ଦୈନନ୍ଦିନର କାମ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ୟୁଟ୍ୟୁବରେ ସୁମନ ନିଜେ ଏକ ରୋଷେଇ ଚ୍ୟାନେଲ ଚଳାଉଛନ୍ତି। ତାଙ୍କ ଚ୍ୟାନେଲକୁ ଏବେ 11 ଲକ୍ଷରୁ ଅଧିକ ଲୋକ ଦେଖିବା ପାଇଁ ପସନ୍ଦ କରିଛନ୍ତି।

Advertisment

ସୁମନ ଧାମନେଙ୍କ ଚ୍ୟାନେଲର ନାଁ ହେଉଛି ‘ଆପ୍‌ଲି ଆଜି’। ଓଡ଼ିଶାରେ ଏହାର ଅର୍ଥ ଆପଣମାନଙ୍କ ଜେଜେମା। ‘ଆପ୍‌ଲି ଆଜି’ ୟୁଟ୍ୟୁବ ଚାନେଲ ମାଧ୍ୟମରେ ସୁମନ ନିଜେ ପାରମ୍ପରିକ ଖାଦ୍ୟ ସହିତ ଦେଶର ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ଖାଦ୍ୟକୁ ବନାଇବା ଶିଖାଇଥାନ୍ତି। ଆଜିର ଲୋକପ୍ରିୟ ୟୁଟ୍ୟୁବ ଚାନେଲ ମଧ୍ୟରେ ‘ଆପ୍‌ଲି ଆଜି’ର ନାଁ ଥିବାରୁ ସୁମନ ବେଶ ଖୁସି। ମହାରାଷ୍ଟ୍ରର ନିପଟ ମଫସଲ ସରେଲା ଗାଁରେ ରହୁଥିବା ସୁମନ ରୋଷେୟୀ କରିବାକୁ ଭଲ ପାଆନ୍ତି। ନିଜେ ନୂଆ ନୂଆ ଖାଦ୍ୟ ତିଆରି କରି ପିଲାମାନଙ୍କୁ ପରସି ଦିଅନ୍ତି। ସୁମନଙ୍କ ରୋଷେଇ ଷ୍ଟାଇଲକୁ ଦେଖି ନାତି ୟଶ ତାଙ୍କୁ ପ୍ରଥମେ ୟୁଟ୍ୟୁବ ଚାନେଲ କରିବାକୁ କହିଥିଲା। ହେଲେ ସେ ଏହାକୁ ହସରେ ଉଡାଇ ଦେଉଥିଲେ। ହଠାତ ଦିନେ ସୁମନଙ୍କ ରୋଷେଇକୁ ସୁଟିଂ କରିଥିଲେ ୟଶ। ଭିଡିଓଟିଏ ପ୍ରସ୍ତୁତି କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ବହୁ ଲୋକ ରୋଷେୟୀକୁ ପସନ୍ଦ କରିବା ପରେ ଜନ୍ମ ନେଇଥିଲା ୟୁଟ୍ୟୁବ ଚାନେଲ ‘ଆପ୍‌ଲି ଆଜି’।

Advertisment

ଗତବର୍ଷ କରୋନା ମହାମାରୀ ସମୟରେ ସୁମନଙ୍କ ‘ଆପ୍‌ଲି ଆଜି’ ଆରମ୍ଭ ହୋଇଥିଲା। ଦିନକୁ ଦିନ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ମାତ୍ର ଏକ ବର୍ଷ ମଧ୍ୟରେ ଏହାର ସବସ୍କାଇବର ସଂଖ୍ୟା 11 ଲକ୍ଷ ଟପିଛି। ନାତିଠାରୁ ଇଣ୍ଟରନେଟ୍‌ ଖୋଲିବା, ଭିଡିଓ ବନାଇବା ଓ ତାକୁ ଅପଲୋଡ୍‌ କରିବା ଶିଖିବା ପରେ ସୁମନ ଏବେ ଚାନେଲର ସବୁକାମ ନିଜେ କରୁଛନ୍ତି।

India YouTube AapliAaji CookingRecipes SumanDhamane
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ