• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁ ସତରେ ଭାରି ନିର୍ଦ୍ଦୟ । କେତେବେଳେ ଯେ ଅଜଣା ଅତିଥି ପରି ମାଡ଼ି ଆସିବ କହିହେବ ନାହିଁ । ଉତ୍ତରପ୍ରଦେଶର ମେରଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଚାଲୁ ଚାଲୁ ଜଣେ ଯୁବକ ଅକାଳ ମୃତ୍ୟୁ କୋଳକୁ ଟାଣି ହୋଇଯାଇଛନ୍ତି । ଛିଙ୍କିବା ପରେ ତାଙ୍କର ଜୀବନ ଚାଲିଯାଇଛି । ରାସ୍ତାରେ ଯିବାବେଳେ ଯୁବକ ଜଣକ ଛିଙ୍କିବା ପରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଚାରି ଜଣ ସାଙ୍ଗ ମିଶି ଚାଲି ଚାଲି ଯାଉଛନ୍ତି । ସମସ୍ତେ ଗୁଲିଗପ କରି ଯାଉଛନ୍ତି । ସେଥିମଧ୍ୟରୁ ହଠାତ୍‌ ଜଣେ ଛିଙ୍କିବା ପାଇଁ ଅଟକି ଯାଏ । ଆଉ ଛିଙ୍କିବା ପରେ ଗଳାକୁ ଧରି କିଛି ମୁହୂର୍ତ୍ତ ଚାଲିବା ପରେ ସେ ତଳେ ଗଳିପଡ଼ନ୍ତି । ପାଖରେ ଥିବା ସାଙ୍ଗମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତି । ପାଟି କରି ଲୋକଙ୍କୁ ସାହାଯ୍ୟ ପାଇଁ ଡାକିବା ସହ ତା’ର ହାତଗୋଡକୁ ମସାଜ୍‌ କରନ୍ତି । ହେଲେ ଯୁବକ ଜଣକ ଆଉ ଉଠିପାରନ୍ତି ନାହିଁ । ହଠାତ୍ ହୃଦଘାତ ହେବାରୁ ୨ ସେକେଣ୍ଡ ମଧ୍ୟରେ ଯୁବକଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି । ମୃତ୍ୟୁର ସମ୍ପୂର୍ଣ୍ଣ ଘଟଣା ରାସ୍ତାରେ ଥିବା ଏକ ସିସିଟିଭିରେ କଏଦ ହୋଇଛି।

ଯୁବକଙ୍କର ପାଟି ଶୁଣି ସାହି ଲୋକ ସବୁ ବାହାରକୁ ବାହାରି ଆସନ୍ତି । ଆଉ ସେଠାରୁ ଏକ ବାଇକ୍‌ ଯୋଗେ ସାଙ୍ଗମାନେ ସଂପୃକ୍ତ ଯୁବକଙ୍କୁ ହସ୍ପିଟାଲକୁ ନେଇଯାଆନ୍ତି । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରନ୍ତି । କେଦଗଇ ନଗର ଗଳି ନମ୍ବର ୩ରେ ଏହି ଘଟଣା ଘଟିଥିବା କୁହାଯାଉଛି । ଡିସେମ୍ବର ୨ ରାତି ୧୦ଟାରୁ ୧୦.୩୦ ମଧ୍ୟରେ ଏହି ଘଟଣା ଘଟିଛି ।

ମୃତକଙ୍କ ନାମ ଜୁବେର ବୋଲି ଜଣାପଡ଼ିଛି । କିଛି ଦିନ ହେଲା ସେ ଅସୁସ୍ଥ ଅନୁଭବ କରୁଥିଲେ ବୋଲି ଥାନାଧିକାରୀ କହିଛନ୍ତି । ଆଉ ସେଥିପାଇଁ ହିଁ ସେ ଛିଙ୍କିବା ସମୟରେ ପ୍ରାଣ ହରାଇଛନ୍ତି । ଏହି ଘଟଣାପରେ ବନ୍ଧୁ ପରିଜନ ତାଙ୍କର ଅନ୍ତିମ ସଂସ୍କାର କରାଇଛନ୍ତି ।