Advertisment

ମେଡିକାଲ କଲେଜରେ ରାଗିଂ; ଜୁନିୟରଙ୍କୁ ଲଣ୍ଡା କଲେ, ନିଶ କାଟିଲେ

ସିନିୟର ବର୍ଗର କିଛି ଡାକ୍ତରୀ ଛାତ୍ର ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିଲେ। ପ୍ରଥମେ ସେମାନେ ତାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ। ପରେ ଟ୍ରିମରରେ ତାଙ୍କ ନିଶ କାଟି ଦେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Medical College Ragging

Medical College Ragging

Advertisment

ରାଗିଂ ନେଇ ଅନେକ ଦଣ୍ଡବିଧାନ ରହିଥିଲେ ସୁଦ୍ଧା ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଛାତ୍ରଛାତ୍ରୀ। ପୂର୍ବରୁ ଇଂଜିନିୟରିଂ କଲେଜରେ ରାଗିଂ ନେଇ ଅଭିଯୋଗ ଆସୁଥିଲା। ମାତ୍ର ଏବେ ଡିଗ୍ରୀ କଲେଜଠାରୁ ଆରମ୍ଭ କରି ମେଡିକାଲ କଲେଜ ଯାଏ ସବୁଠି ରାଗିଂ ହେଉଥିବା ଅଭିଯୋଗ ଆସୁଛି। ଏବେ ରାଗିଂକୁ ନେଇ ଏପରି ଏକ ଘଟଣା ସାମନାକୁ ଆସିଛି ଯେଉଁଠି ସିନିୟରମାନେ ଜୁନିୟର ଛାତ୍ରଙ୍କୁ ଲଣ୍ଡା କରିବା ସହ ନିଶ କାଟି ଦେଇଥିବା ଅଭିଯୋଗ ହୋଇଛି।

Advertisment

ତେଲେଙ୍ଗାନାର ରାମଗୁଣ୍ଡମ୍ ମେଡିକାଲ୍ କଲେଜର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମେଡିକାଲ୍ କଲେଜର ଗୋଦାବରିଖାନୀସ୍ଥିତ ଶରଦାନଗର କ୍ୟାମ୍ପସରେ ଏହି ଘଟଣା ଘଟିଛି। ସିନିୟର ବର୍ଗର କିଛି ଡାକ୍ତରୀ ଛାତ୍ର ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିଲେ। ପ୍ରଥମେ ସେମାନେ ତାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ। ପରେ ଟ୍ରିମରରେ ତାଙ୍କ ନିଶ କାଟି ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ କ୍ୟାମ୍ପସରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏହାକୁ ବିଆରଏସ ଏମଏଲସି କେ କବିତା ନିନ୍ଦା କରିଛନ୍ତି ଏବଂ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେଲେଙ୍ଗାନା ବିଧାନ ପରିଷଦର ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ କେ କବିତା ରାଗିଂ ମାମଲାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାକୁ ଅମାନବୀୟ ତଥା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ତୁରନ୍ତ ସରକାରୀ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି।

Advertisment

'ରାମଗୁଣ୍ଡମ୍ ମେଡିକାଲ୍ କଲେଜରେ ରାଗିଂ ଘଟଣା ପରେ ଚିନ୍ତା ବଢିଯାଇଛି । ରାଗିଂ ଯେକୌଣସି ରୂପରେ ଗ୍ରହଣୀୟ ନୁହେଁ ଏବଂ ଏହା ଛାତ୍ରମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥାଏ। ଏହା ଏପରି ଏକ ପରିବେଶ ସୃଷ୍ଟି କରିଥାଏ ଯାହା ଶିକ୍ଷାରେ ବାଧା ସୃଷ୍ଟି କରିଥାଏ । ତେଲେଙ୍ଗାନା ବିଧାନ ପରିଷଦ ଏହି ସମସ୍ୟାର ସମାଧାନ କରନ୍ତୁ ଏବଂ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ସୁସ୍ଥତା ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ' ବୋଲି କେ କବିତା କହିଛନ୍ତି। 

Medical College Ragging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ