Astrospeak
  • Live TV
  • Read In English

ଟିକାକରଣ ପାଇଁ ଜୀବନକୁ ବାଜି ଲଗେଇ ନଦୀ ପାର ହେଲେ ସ୍ୱାସ୍ଥ୍ୟକର୍ମୀ

ଲୋକଙ୍କୁ ଟିକା ଦେବା ପାଇଁ ଜୀବନକୁ ବାଜି ଲଗେଇଲେ ସ୍ୱାସ୍ଥ୍ୟକର୍ମୀ। ନଦୀ ଭିତରେ ପଶି ଗାଁ ଗଲେ ଓ ଲୋକଙ୍କୁ ଟିକା ଦେଲେ।

karauli medical personnel
ଟିକା ଦେବା ପାଇଁ ନଦୀ ପାର ହେଉଛନ୍ତି ମେଡିକାଲ ଟିମ୍‌

News Summary

ଲୋକଙ୍କୁ ଟକା ଦେବା ପାଇଁ ଜୀବନକୁ ବାଜି ଲଗାଇଲେ ସ୍ୱାସ୍ଥ୍ୟକର୍ମୀ

ନଦୀ ଭିତରେ ପଶି ଗାଁକୁ ଗଲେ

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଛୁଟୁଛି ପ୍ରଶଂସାର ସୁଅ

କରୌଲି(ରାଜସ୍ଥାନ): କରୋନା କାଳରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ରହିଛି । ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି । ରାଜସ୍ଥାନର କରୌଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ମନାକୁ ଆସିଛି । 100 ପ୍ରତିଶତ ଭ୍ୟାକ୍ସିନେସନର ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ଭଦ୍ରାବତୀ ନଦୀ ପାର କରି ବସ୍ତିକୁ ଯାଇଥିଲେ ଟିକାକରଣ ପାଇଁ । ଏହି ଘଟଣା କୌଣସି ଗାଁ କି ଆଦିବାସୀ ଇଲାକାରେ ଘଟିନି ବରଂ ଘଟିଛି ଜିଲ୍ଲା ମୁଖ୍ୟାଳୟ ନଗର ପରିଷଦର ଏକ ଚିକିତ୍ସାଳୟରେ। ସେଠାରେ ଟିକାକରଣ ପାଇଁ ଡାକ୍ତରୀ ଟମ୍‌କୁ ନଈ ପାର ହେବାକୁ ପଡିଥିଲା । ଭଦ୍ରାବତୀ ନଦୀ ନିକଟରେ ଥିବା କଲ୍ଲାଦେର ଓ ଚୁଲିଦେର ଅଞ୍ଚଳକୁ ଯିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ବିପଦଜ୍ଜନକ ଭାବେ ନଦୀ ପାର କରିଥିଲେ ।

ବର୍ଷା ହୋଇଥିବାରୁ କଲ୍ଲାଦେହ ଓ ଚୁଲିଦେହ ନିକଟସ୍ଥ ଭଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ପୂର୍ବରୁ ବି ପ୍ରତିବର୍ଷ ବର୍ଷା ହେଲେ ଭଦ୍ରାବତୀ ନଦୀ କୂଳ ଲଂଘିଥାଏ । ଫଳରେ ସ୍ଥାନୀୟବାସିନ୍ଦା ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଅଞ୍ଚଳ ନଗର ପରିଷଦ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ନଦୀ ପାର ହେବା ପାଇଁ ବ୍ରିଜ ନାହିଁ । ତେଣୁ ସ୍ଥାନୀୟ ଲୋକେ ନଦୀରେ ପଶି ଆରପାରିକୁ ଯାଇଥାନ୍ତି। 

ଗତକାଲି ଡାକ୍ତରୀ ଟିମ୍ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ।  ସ୍ୱାସ୍ଥ୍ୟ କର୍ମୀମାନେ ଜୀବନକୁ ବାଜି ଲଗାଇ ବଢିଲା ନଈ ଭିତରେ ପଶି ଆରପାରିକୁ ଯାଇଥିଲେ। ଆରପାରିରେ ଥିବା ସମସ୍ତ ଗାଁ ଲୋକଙ୍କୁ ଟିକା ଦେଇଥିଲେ । ଏହି ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଥିଲେ ନର୍ସ ଅଙ୍କିତ ପରାସର, ପିଏଚ୍ଏମ୍ ତେନ ସିଂ,ସିଏଚ୍‌ଏ ଭଗବାନ ସିଂ, ପଙ୍କଜ ସୈନୀ ଆଦି ସାମିଲ ଥିଲେ ।

 

କରୋଲି ଜିଲ୍ଲା ଚିକିତ୍ସାଳୟର କରୋନା ୱାର୍ଡ ପ୍ରଭାରୀ ଜଗମୋହନ ମାଲି କହିଛନ୍ତି ଯେ,  ଡ଼ ଅଭିଳାଷ ସୈନୀଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତରୀ ଟିମ୍‌ ୱାର୍ଡ ନଂ 49ର କଲ୍ଲାଦେହ ଓ ଚୁଲିଦେହ ଅଞ୍ଚଳକୁ ଟିକାକରଣ ପାଇଁ ଯାଇଥିଲେ । ତାଙ୍କ ଟିମ୍  ଭଦ୍ରାବତୀ ନଦୀ ପାର ହୋଇ ନିକଟସ୍ଥ ଗାଁର ମୋଟ 46 ଜଣ ମହିଳା ଓ ପୁରୁଷଙ୍କୁ ଟିକା ଦେଇଥିଲେ । ଡାକ୍ତରୀ ଟିମ୍‌କୁ ଏପରି ମହାନ କାମ ପାଇଁ ସ୍ଥାନୀୟ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟିଛି ।