ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏଣିକି ହିପୋକ୍ରାଟିକ୍ ଶପଥ ବଦଳରେ ନେବାକୁ ପଡିପାରେ ଚରକ ଶପଥ । ଫେବ୍ରୁଆରୀ ୧୪ରୁ ହେବାକୁ ଥିବା ନୂତନ ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ ହୋଇପାରେ ।
Also Read
ନ୍ୟାସନାଲ ମେଡିକାଲ କମିଶନ NMC ଏହି ନିଷ୍ପତ୍ତି ହୋଇଛି । ମେଡିକାଲ କଲେଜର ପ୍ରତିନିଧିଙ୍କୁ ନେଇ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏହାସହ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ଶପଥ ଗ୍ରହଣ କରାଯାଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି, ପୂର୍ବରୁ ମଧ୍ୟ ଗ୍ରୀକ ଚିକିତ୍ସକଙ୍କ ନାମ ଅନୁଯାୟୀ ହିପୋକ୍ରାଟିକ ଓଥ୍ ବା ଶପଥ ନେବାର ପରମ୍ପରା ରହିଆସିଥିଲା । ତେବେ ଭାରତୀୟ ଚିକିତ୍ସା ବିଜ୍ଞାନର ଜନକ ଭାବେ ବିବେଚିତ ହେଉଥିବା ମହର୍ଷି ଚରକଙ୍କ ନାମରେ ଶପଥ ନେବାକୁ ନିଷ୍ପତ୍ତି ହୋଇଛି । NMC ପକ୍ଷରୁ ସବୁ ମେଡିକାଲ କଲେଜକୁ ଏନେଇ ଅବଗତ କରାଯାଇଛି ।