Advertisment

ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି; ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ

ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅଦ୍ୟତନ ହୋଇଛି
Media Persons On Election Duty Can Vote Using Postal Ballots

Postal Ballots

Advertisment

ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି । କାର୍ଯ୍ୟରତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କଲେ ଇସିଆଇ। ପ୍ରଥମଥର ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି କର୍ତ୍ତବ୍ୟ ସଂପାଦନ କରିବା ସହିତ ମତଦାନ ମଧ୍ୟ କରିପାରିବେ। ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ

ସାଧାରଣ ନିର୍ବାଚନ-୨୦୨୪ରେ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି ନିର୍ବାଚନ କମିଶନ । ଏହାଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ ଅଫ ପିପୁଲ ଆକ୍ଟ-୧୯୫୧’ର ଧାରା ୬୦ (C) ଅଧୀନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ ।

Advertisment

ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବାକୁ ପଡ଼ିବ। ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିସନ ଯାଞ୍ଚ କରିବେ। ଆକ୍ରେଡିସନ୍ ଯାଞ୍ଚ ପରେ ଯଥା ସମୟରେ ପୋଷ୍ଟାଲ ବାଲାଟ୍ ପହଞ୍ଚିବ। ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇ ପାରିବେ।

Election Commission Journalists Postal Ballot Voting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ