Advertisment

'କାନାଡାରେ ଥିବା ଭାରତୀୟ ସତର୍କ ରୁହ'

କାନାଡା ବୁଲିବାକୁ ଓ ସେଠାରେ ପାଠପଢ଼ିବାକୁ ଯାଉଥିବା ଭାରତୀୟଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

ଅଦ୍ୟତନ ହୋଇଛି
The Ministry of External Affairs has issued an advisory

The Ministry of External Affairs has issued an advisory

Advertisment

କାନାଡାରେ ଥିବା ଭାରତୀୟ ସତର୍କ ରୁହ। ହେଟ କ୍ରାଇମ, ସାଂପ୍ରଦାୟକି ହିଂସା ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ କାନାଡାରେ ବଢ଼ୁଥିବାରୁ ଭାରତୀୟ ଶିକ୍ଷାର୍ଥୀଙ୍କୁ ଯତ୍ନବାନ ରହିବାକୁ କହିଲେ ଭାରତ ସରକାର।। ଖଲିସ୍ତାନ ସପକ୍ଷବାଦୀଙ୍କ ତଥାକଥିତ ସ୍ୱତନ୍ତ୍ର ଶିଖ୍‌ ପ୍ରଦେଶ ଗଠନ ପାଇଁ ଜନମତ ସଂଗ୍ରହ ସପକ୍ଷରେ ମତ ଦେବାରୁ ଭାରତ ସରକାର ଏପରି ସତର୍କତା ଜାରି କରିଛନ୍ତି। ସେହିପରି କିଛି ଦିନ ପୂର୍ବରୁ କାନାଡାର ଟରୋଣ୍ଟୋରେ ଥିବା ହିନ୍ଦୁ ମନ୍ଦିରରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀମାନେ ଭାରତ ବିରୋଧୀ ନାରାବାଜି ଥିବା ପୋଷ୍ଟର ଲଗାଇଥିଲେ।

Advertisment

ଏହାକୁ ଭାରତ ସରକାର ହେଟ କ୍ରାଇମ ଭାବେ ଅବିହିତ କରିଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଭାରତ ସରକାର କାନାଡାରେ ରହୁଥିବା ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀମାନଙ୍କୁ ଓଟ୍ଟାୱାରେ ଥିବା ଭାରତୀୟ ମିଶନ କିମ୍ବା ଟରୋଣ୍ଟୋ ଓ ଭାନକୌଭରରେ ଥିବା ବାଣିଜ୍ୟକ ଦୂତାବାସରେ ନିଜର ପଞ୍ଜୀକରଣ କରିବାକୁ କହିଛନ୍ତି।

Advertisment

ଏହାଦ୍ୱାରା ଭାରତୀୟ ହାଇକମିଶନ ଓ କନ୍ସୁଲେଟସ୍ସ ଜେନେରାଲ ଭାରତୀୟ ନାଗରିକଙ୍କ ସହ ସହଜରେ ଯୋଗାଯୋଗରେ ରହିପାବେ। ସେହିପରି ଜରୁରୀ ପରିସ୍ଥିତିରେ କାନାଡାରେ ଥିବା ଭାରତୀୟଙ୍କୁ ସହାୟତା ମଧ୍ୟ କରାଯାଇ ପାରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। କାନାଡାରେ ଏବେ ପ୍ରାୟ ୧.୬ ମିଲିୟନ ଭାରତୀୟ ବଂଶୋଦ୍ଭବ ଓ ଏନଆରଆଇ ରହୁଛନ୍ତି। ସେମାନଙ୍କ ପ୍ରତି ଖଲିସ୍ତାନର ବିପଦ ଥିବାରୁ ଭାରତ ସରକାର ସମସ୍ତଙ୍କୁ ସତର୍କତା ରହିବାକୁ ପରାମର୍ଶ ଦେଇଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାନାଡର ବିଭିନ୍ନ ସହରରେ ବଢ଼ୁଥିବା ହେଟ କ୍ରାଇମ, ସାଂପ୍ରଦାୟିକ ହିଂସା ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି। ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର କହିଛନ୍ତି। ତଥାପି ଘୃଣା ଅପରାଧ ଘଟାଉଥିବା ଅପରାଧୀମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଏଯାଏ ସାମିଲ କରାଯାଇନି।

Advertisment

ଏହାକୁ ଦୃଷ୍ଟିରେ ରଖି କାନାଡାରେ ରହୁଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ସେହିପରି କାନାଡା ବୁଲିବାକୁ ଓ ସେଠାରେ ପାଠପଢ଼ିବାକୁ ଯାଉଥିବା ଭାରତୀୟଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

Indians In Canada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ