Advertisment

ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କଲେ ମ୍ୟାଡମ୍‌ ଦ୍ରୌପଦୀଙ୍କ ଗାଁ ଲୋକ

ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା।

ଅଦ୍ୟତନ ହୋଇଛି
Mayurbhanj residents enjoy memorable lunch with President Murmu at Rashtrapati Bhavan

Mayurbhanj residents enjoy memorable lunch with President Murmu at Rashtrapati Bhavan

Advertisment

ନିପଟ ମଫସଲ, ପାହାଡ଼ ଜଙ୍ଗଲ ଘେରା ଗାଁର ଲୋକ ପାଇଁ ରାଷ୍ଟ୍ରପତି ଭବନରେ ଭୋଜନ କରିବା ଗୋଟିଏ ବିରାଟ ସ୍ୱପ୍ନ ହୋଇପାରେ। ହେଲେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ୬୦ ଜଣଙ୍କ ପାଇଁ ଏହା ସତ ହୋଇଛି।

Advertisment

ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଶପଥଗ୍ରହଣ ସମାରୋହରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କ ନିଜ ଜିଲ୍ଲା ମୟୂରଭଞ୍ଜରୁ ନିମନ୍ତ୍ରିତ ହୋଇ ଆସିଥିବା ୬୦ ଜଣଙ୍କୁ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ନିଜ ଅଞ୍ଚଳର ଝିଅ ରାଷ୍ଟ୍ରପତି ଭାବେ ଶପଥ ନେଉଥିବାବେଳେ ଅଧିକାଂଶ ସାନ୍ତାଳୀ ପୋଷାକ ପରିଧାନ କରି ସେଣ୍ଟ୍ରାଲ ହଲ୍‌ରେ ଉପସ୍ଥିତ ଥିଲେ। ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା। ଯେହେତୁ ରାଷ୍ଟ୍ରପତି ଆମିଷ ଖାଆନ୍ତି ନାହିଁ, ତେଣୁ ତାଙ୍କ ଜିଲ୍ଲାର ଅତିଥିଙ୍କ ପାଇଁ ନିରାମିଷ ଖାଦ୍ୟ ପରଷା ଯାଇଥିଲା। 

Advertisment

ଜାଣନ୍ତୁ, ମଧ୍ୟାହ୍ନ ଭୋଜନ ମେନ୍ୟୁରେ କ’ଣ ଥିଲା...

  • ଭେଜିଟେବୁଲ ସୁପ୍
  • ପାଲକ୍ ପନିର
  • ଡାଲ୍‌ ତଡ଼କା
  • କୋବି ଗାଜର ବିନ୍ସ
  • ମଲାଇ କୋଫ୍‌ତା
  • ଜିରା ପଲାଉ
  • ନାନ୍
  • ଗ୍ରୀନ୍ ସାଲାଡ୍
  • ବୁନ୍ଦି ରାଇତା
  • କେଶର ରସମଲାଇ
  • ଫଳ

ମଧ୍ୟାହ୍ନ ଭୋଜନ ପରେ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଅତିଥି ଷ୍ଟ୍ରପତି ଭବନ ବୁଲି ଦେଖିଥିଲେ। ଏହି ଅତିଥିମାନଙ୍କୁ ତା’ ପରେ ଗୋଟିଏ ଗୋଟିଏ ମିଠା ପକେଟ୍ ଦିଆଯାଇଥିଲା। ସମସ୍ତଙ୍କୁ ରାଷ୍ଟ୍ରପତି ଭବନକୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ନ ଥିବାରୁ ମହାମହିମଙ୍କ ସହ ସେଲ୍‌ଫି ନେଇ ନ ପାରି କେତେକ ମନଦୁଃଖ କରିଥିଲେ। 

Advertisment

President Of India Draupadi Murmu President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ