Special story
ସକାଳୁ ସକାଳୁ ହୋଟଲରେ ଲାଗିଲା ନିଆଁ । ଲକ୍ଷ୍ନୌ ସହରର ଏକ ହୋଟେଲ ଲେବାନାରେ ଆଜି ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଏବଂ ଜଣେ ପୁରୁଷ ଜୀବନ୍ତ ଜଳି ଯାଇଛନ୍ତି । ଏଥିସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ସିଭିଲ ହସ୍ପିଟାଲର ବର୍ନ ୟୁନିଟରେ ଭର୍ତ୍ତି କରାଯାଇଛି । ଅନେକ ଲୋକ ହୋଟେଲ ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି । ହୋଟେଲରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
ଲକ୍ଷ୍ନୌର ହଜରତଗଞ୍ଜ ସହରର VIP ଅଞ୍ଚଳରେ ଅବସ୍ଥିତ ଲେବାନା ହୋଟେଲ୍ । ଆଜି ସକାରେ ହଠାତ୍ କୌଣସି କାରଣରୁ ହୋଟେଲରେ ନିଆଁ ଲାଗି ଯାଇଥିଲା । ଫଳରେ ଜଣେ ହୋଟେଲ୍ କର୍ମଚାରୀ ତୁରନ୍ତ ପୋଲିସ୍କୁ ଫୋନ୍ କରି ସୂଚନା ଦେବା ସହ ଦମକଳ ବାହିନୀକୁ ମଧ୍ୟ ଜଣାଇଥିଲେ । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଏବେ ବି ହୋଟେଲ୍ ଭିତରେ ୨୦ରୁ ଅଧିକ ଲୋକ ଫସି ରହିଛନ୍ତି ।
ବର୍ତ୍ତମାନ ଅଗ୍ନିଶମ ବିଭାଗର ୧୫-୨୦ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ତେବେ ହୋଟେଲରେ ହଠାତ୍ କିପରି ନିଆଁ ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅଗ୍ନିକାଣ୍ଡ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, ତାହାର ମଧ୍ୟ ସୂଚନା ନାହିଁ ।
ଘଟଣା ସମ୍ପର୍କରେ ସୂଚନା ମିଳିବା ପର ଠାରୁ ହିଁ ପୋଲିସ ଓ ବରିଷ୍ଠ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662355066.jpg)