Advertisment

ଦୁର୍ଗା ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ, ମା’ଙ୍କ ଆଳତି ବେଳେ ଲାଗିଲା ନିଆଁ...

ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ଆଳତି ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Fire Mishap at Puja Pandal

Massive Fire At UP Puja Pandal 3 Killed

Advertisment

ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ରାତିରେ ଉତ୍ତରପ୍ରଦେଶର ଭଦୋହୀରେ ଏକ ଦୁର୍ଗା ପୂଜା ପେଣ୍ଡାଲରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଗୁରୁତର ହୋଇପଡ଼ିଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ମା’ଙ୍କ ଆଳତି ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏନେଇ ଅରାଇ ପୋଲିସ୍‌ ଷ୍ଟେସନରେ FIR ରୁଜୁ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟା ମହିଳା ଓ ୧୦ ଏବଂ ୧୨ ବର୍ଷର ଶିଶୁ ଅଛନ୍ତି। 

ଅଗ୍ନିକାଣ୍ଡ ବେଳେ ପ୍ରାୟ ୧୫୦ ଜଣ ଲୋକ ପେଣ୍ଡାଲରେ ଉପସ୍ଥିତ ଥିଲେ। ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ଅନ୍ୟପକ୍ଷେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ସେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment
Fire Mishap Durga Puja Pandal Durga Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ