Advertisment

ସିମ୍‌,ବ୍ୟାଟେରୀ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷାରେ ପହଞ୍ଚିଲେ ପରୀକ୍ଷାର୍ଥୀ,ତା’ପରେ...

ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍‌ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍‌ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ମାସ୍କରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରି ଲାଗିଥିବା ଜଣାପଡ଼ିଥିଲା।

ଅଦ୍ୟତନ ହୋଇଛି
Mask With Electronic Device Seized

Mask With Electronic Device Seized

Advertisment

ମୁମ୍ବାଇ: ପରୀକ୍ଷାରେ କପି କରିବା ପାଇଁ ନୂଆ ତରିକା। ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍‌ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍‌ ହାତରେ ଧରାପଡ଼ିଥିଲେ। ହେଲେ ତାଙ୍କର ଏହି କପି କରିବାର ହାଇଟେକ୍‌ ଜୁଗାଡ଼ ପୋଲିସ୍‌ ଜାଣିବା ପରେ ସେ ଘଟରାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଶୁକ୍ରବାର ମହାରାଷ୍ଟ୍ରରେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ହିଞ୍ଜେୱାଡି ସ୍ଥିତ ଏକ ସ୍କୁଲ୍‌ରେ ପୋଲିସ କନଷ୍ଟେବଲ୍‌ ପରୀକ୍ଷା ଦେବା ପାଇଁ ଜଣେ ପରୀକ୍ଷାର୍ଥୀ ମୁହଁରେ ମାସ୍କ ପିନ୍ଧି ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା, ପରୀକ୍ଷାର୍ଥୀ ଜଣକ ପିନ୍ଧି ଥିବା ମାସ୍କରେ ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଛି।ଏଥିରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରୀ ଲାଗିଥିବା ଜଣାପଡ଼ିଥିଲା। ପୋଲିସ୍‌ ଏହା ଜାଣିବା ପରେ ପରୀକ୍ଷାର୍ଥୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  

ଘଟଣାକୁ ନେଇ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ବିରୋଧରେ ହିଞ୍ଜେୱାଡି ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ସେହିପରି ବାଭଧାନ ବୁଦ୍ରୁକ୍‌ ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ନକଲି ପରୀକ୍ଷାର୍ଥୀ ଭାବେ ସେ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ। ଏହା ଜଣାପଡ଼ିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। 

Advertisment
Maharashtra Cheating In Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ