Advertisment

ବଢ଼ୁଛି କରୋନା ସଂକ୍ରମଣ: ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Mask in public places now a must says Maharashtra government

Mask in public places now a must says Maharashtra government

Advertisment

କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଏବଂ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି। ସଂକ୍ରମଣ ବୃଦ୍ଧି ପରେ ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। 

Advertisment

ଦିନକୁ ଦିନ ରାଜ୍ୟରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି, ସେନେଇ ମହାରାଷ୍ଟ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ କୋଭିଡ୍ କଟକଣା ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣ ସ୍ଥାନ ଯଥା- ଟ୍ରେନ୍‌, ବସ୍‌, ସିନେମା ହଲ୍‌, ଅଡିଟୋରିୟମ୍‌, ଅଫିସ୍‌, ହସ୍ପିଟାଲ୍‌ ଓ ସ୍କୁଲ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। 

ଗତ ୨ ମାସ ହେବ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା। ହେଲେ ହଠାତ୍‌ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ୩ ମାସ ପରେ ଜୁନ୍‌ ୧ରେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ହଜାରେ ପାର୍‌ କରିଛି। ମହାରାଷ୍ଟ୍ରର ୯ ଜିଲ୍ଲାରେ ନୂଆ କୋଭିଡ୍‌ କେସ୍‌ ବଢ଼ୁଥିବା ନଜର ଆସିଛି। 

Advertisment

ଅନ୍ୟପକ୍ଷେ, ଓଡ଼ିଶାରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି, ‘ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି। ପ୍ରିକସନ୍ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ତାଗିଦ କରିଛନ୍ତି। ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି। ପୂର୍ବଭଳି ସର୍ଭେଲାନ୍ସ ଜାରି ରହିଛି। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି, ଟେଷ୍ଟିଂ ଚାଲିଛି।

ପଜିଟିଭ ବାହାରିଲେ ଟ୍ରାପ କରାଯିବ, ପୂର୍ବଭଳି ବ୍ୟବସ୍ଥା ଲାଗୁ କରାଯିବ। ଯଦି ଦରକାର ପଡ଼େ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Advertisment
COVID19 COVID Cases In India COVID Cases Mask Mandate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ