Advertisment

ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ, ତା’ପରେ ଆସିଲା ଏମିତି ଟ୍ୱିଷ୍ଟ୍‌...

ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା।

Married woman fell in love with nephew and new lover left her within 48-hours

Married woman fell in love with nephew and new lover left her within 48-hours

Advertisment
ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା। ଦିନେ ଭଣଜା, ମାଇଁଙ୍କୁ ଭେଟିବାକୁ ଘରକୁ ଆସିଥିବା ବେଳେ ମହିଳାଙ୍କ ସ୍ୱାମୀ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହାପରେ ସମ୍ପୃକ୍ତ ବ୍ୟକ୍ତି ନିଜ ଭଲ ପାଇବାକୁ ତ୍ୟାଗ କରି ଉଭୟଙ୍କର ବାହାଘର କରାଇଥିଲେ। ହେଲେ ଏହି ବାହାଘର ଗୋଟିଏ ଜନ୍ମ ତ ଦୂରର କଥା ଗୋଟିଏ ଦିନ ବି ତିଷ୍ଠି ନଥିଲା। ମାଇଁଙ୍କୁ ଛାଡ଼ି ଭଣଜା ଫେରାର ହୋଇଯାଇଥିଲା। ଶେଷରେ ମହିଳା ଜଣକ ପୁଣିଥରେ ନିଜ ସ୍ୱାମୀଙ୍କ ପାଖକୁ ଫେରିଥିଲେ ଓ ଭୁଲ୍‌ ମାଗିଥିଲେ। ବିହାରର ଖାଗରିଆ ଜିଲ୍ଲା ମହେଶଖଣ୍ଟ ଥାନା ଅନ୍ତର୍ଗତ କାଜିଚକ ପଞ୍ଚାୟତରେ ଏହି ଅଜବ ଘଟଣା ଘଟିଛି।
Advertisment

କାଜିଚକ ପଞ୍ଚାୟତର ବବ୍‌ଲୁ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ୧୨ ବର୍ଷ ପୂର୍ବେ ସୁନୀତାଙ୍କ ସହ ହୋଇଥିଲେ। ତେବେ ଏକ ବିବାହ ସମାରୋହରେ ଦୂର ସମ୍ପର୍କୀୟ ଭଣଜା ସନ୍ତୋଷଙ୍କ ସହ ସୁନୀତାଙ୍କ ଦେଖାସାକ୍ଷାତ ହୋଇଥିଲା। ସନ୍ତୋଷଙ୍କ ଘର ଚୌଥମ ଥାନା ଅନ୍ତର୍ଗତ ମଲ୍‌ପା ଗାଁରେ। ସୁନୀତା ଓ ସନ୍ତୋଷଙ୍କ ବନ୍ଧୁତା ପରେ ବିବାହରେ ପରିଣତ ହୋଇଥିଲା। ସୁନୀତାଙ୍କ ସ୍ୱାମୀ ରାଜମିସ୍ତ୍ରୀ ଥିବାରୁ ପରିବାର ଚଳାଇବାରେ କଷ୍ଟ ହେଉଥିଲା। ତେଣୁ ଅଧିକ ଅର୍ଥ ଉପାର୍ଜନ ପାଇଁ ବବ୍‌ଲୁ ଘର ବାହାରେ ରହୁଥିଲେ। ଏହାର ଫାଇଦା ଉଠାଇଥିଲେ ଭଣଜା ସନ୍ତୋଷ।ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରି ସେ ଧୀରେ ଧୀରେ ସମ୍ପର୍କ ସ୍ଥାପନ କରିଥିଲେ। ଦିନେ ଉଭୟଙ୍କୁ ବବ୍‌ଲୁ  ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଘଟଣା ଗାଁରେ ପ୍ରଘଟ ହେବାପରେ ଗାଁ ଲୋକେ ଏକାଠି ହୋଇଥିଲେ। ଶେଷରେ ନିଜ ଭଲ ପାଇବାକୁ ତ୍ୟାଗ କରି ବବ୍‌ଲୁ ସନ୍ତୋଷଙ୍କ ସହ ପତ୍ନୀ ସୁନୀତାଙ୍କର ବାହାଘର କରାଇଥିଲେ। ଗାଁ ଲୋକ ଓ ସୁନୀତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସନ୍ତୋଷ, ସୁନୀତାଙ୍କ ମଥାରେ ସିନ୍ଦୂର ପିନ୍ଧାଇଥିଲେ। 

ଏହାସହ ଏକ ସେଟେଲ୍‌ମେଣ୍ଟ ପେପର୍‌ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ସୁନୀତା ଲେଖିଥିଲେ ଯେ, ନିଜ ଇଚ୍ଛାରେ ସେ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସନ୍ତୋଷଙ୍କ ରହିବାକୁ ଚାହୁଁଛନ୍ତି। ତେଣୁ ପ୍ରଥମ ସ୍ୱାମୀଙ୍କ ସହ  ସେ ଆଉ କୌଣସି ସମ୍ପର୍କ ରଖିବେ ନାହିଁ। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ହେଲେ ସନ୍ତୋଷ ଓ ସୁନୀତାଙ୍କ ବିବାହ ୪୮ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ତିଷ୍ଠି ପାରିନଥିଲା। ସୁନୀତାଙ୍କୁ ନେଇ ସନ୍ତୋଷ ଘରେ ପହଞ୍ଚିବା ପରେ ପରିବାର ଲୋକ ସେମାନଙ୍କର ଏହି ସମ୍ପର୍କକୁ ସ୍ୱୀକୃତି ଦେଇ ନଥିଲେ ଓ ଗ୍ରହଣ କରି ନଥିଲେ। ଏହାପରେ ସନ୍ତୋଷ, ସୁନୀତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। 

Advertisment
Marriage Marriage

ଶେଷରେ ଉପାୟଶୂନ୍ୟ ହୋଇ ସୁନୀତା ପ୍ରଥମ ସ୍ୱାମୀ ବବ୍‌ଲୁଙ୍କ ପାଖକୁ ଫେରିଥିଲେ। ନଜି ଭୁଲ୍‌ ପାଇଁ କ୍ଷମା ମାଗିବା ସହ ତାଙ୍କୁ ପୁଣିଥରେ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ତାଙ୍କର ଏହି କଥାରେ ପ୍ରଥମେ ବବ୍‌ଲୁ ରାଜି ହୋଇ ନଥିଲେ। ହେଲେ ପରେ ପତ୍ନୀ ସୁନୀତାଙ୍କୁ କ୍ଷମା କରି ଗ୍ରହଣ କରିଥିଲେ। ପୁଣିଥରେ ବବ୍‌ଲୁ ଓ ସୁନୀତାଙ୍କ ବିବାହ ହୋଇଥିଲା। 

Extra Marital Affair Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ