Advertisment

ମାଓବାଦୀଙ୍କ ନୃଶଂସ କାଣ୍ଡ: ପ୍ରଜାକୋର୍ଟ ବସାଇ ୨ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା

ପ୍ରଜାକୋର୍ଟ ବସାଇ ୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି।

ଅଦ୍ୟତନ ହୋଇଛି
Maoists Kill  Villagers

Maoists Kill Villagers

Advertisment

ରାୟପୁର: ମାଓବାଦୀଙ୍କ ନୃଶଂସ କାଣ୍ଡ। ପ୍ରଜାକୋର୍ଟ ବସାଇ ୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି।

Advertisment

ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ପ୍ରଜାକୋର୍ଟ ବସାଇ ୨ଜଣ ଗ୍ରାମବାସୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। 

ସୂଚନାଥାଉ କି, କିଛିଦିନ ପୂର୍ବେ ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଥିଲେ। କିସ୍ତାରାମ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ମାଓବାଦୀମାନେ ଜଙ୍ଗଲ ଭିତରେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ତେଲେଙ୍ଗାନା ପୋଲିସ୍, ଛତିଶଗଡ଼ ପୋଲିସ୍‌ ଓ ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ହୋଇଥିଲା। 

Advertisment
Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ