Maoist Death Toll Rises
ନକ୍ସଲ ନିପାତ ଅଭିଯାନରେ ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।
ଏନକାଉଣ୍ଟର ସ୍ଥଳରୁ ମିଳିଛି LMG ରାଇଫଲ୍, AK 47, SLR ଓ INSAS ରାଇଫଲ ସମେତ ଅନେକ ଅତ୍ୟାଧୁନିକ ବନ୍ଧୁକ। ଏନକାଉଣ୍ଟର ସ୍ଥଳକୁ CRPF ଓ DRGର ଅତିରିକ୍ତ ସୁରକ୍ଷାବାହିନୀକୁ ପଠାଯାଇଛି। ଗୁଳି ବିନିମୟରେ DRGର ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଏୟାରଲିଫ୍ଟ କରି ରାୟପୁର ପଠାଯାଇଛି।
ଏବେ ବି ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଦନ୍ତେୱାଡା ଓ ନାରାୟଣପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଟପ୍ ନକ୍ସଲ ମେଳି ବାନ୍ଧିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ମାଓ ନିପାତ ଅଭିଯାନ। ଗତକାଲି ମଧ୍ୟାହ୍ନରୁ ବିଳମ୍ବିତ ରାତି ଯାଏ ଚାଲିଥିଲା ଏନକାଉଣ୍ଟର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728136209.jpg)