Maoist Attack
ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବଡ଼ ହମଲା। ସୁକମା-ବିଜାପୁର ସୀମାରେ ଥିବା ଟେକାଲଗୁଡେମ କ୍ୟାମ୍ପରେ ଅତର୍କିତ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୧୪ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଉଛି।
ଦିନକ ତଳେ ଯୋନାଗୁଡ଼ା-ଆଲିଗୁଡ଼ା ମଧ୍ୟରେ ଥିବା ଟେକାଲଗୁଡେମରେ ଏହି କ୍ୟାମ୍ପ କରାଯାଇଥିଲା। ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସତର୍କ ନଜର ରଖିଥିଲେ କୋବ୍ରା, ଏସଟିଏଫ୍ ଓ ଡିଆରଜିଙ୍କ ମିଳିତ ଫୋର୍ସ। ଜଙ୍ଗଲରେ ଲଗାତର କୁମ୍ବିଂ ଜାରି ରହିଥିଲା। ଏଭଳି ସ୍ଥିତିରେ ଆଜି ଯବାନଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ। ସେପଟେ ଘଟଣାସ୍ଥଳରେ କମ୍ବିଂ ଜୋରଦାର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706620682.jpg)