Advertisment

Stampede during RCB celebrations: RCBର ବିଜୟ ଉତ୍ସବ ବେଳେ ଦଳାଚକଟା, ୧୧ ମୃତ

ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏକାଧିକ ଲୋକେ ଆହତ ହୋଇଛନ୍ତି । ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି ।

ଅଦ୍ୟତନ ହୋଇଛି
Bengaluru Stampede

Bengaluru Stampede

Advertisment

ବେଙ୍ଗାଲୁରୁରେ ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । କାଲି IPLରେ ଦମଦାର ବିଜୟ ପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଆରସିବି ଟିମ୍ ।

Advertisment


Advertisment

— ଓଟିଭି (@otvkhabar) June 4, 2025

ଆରସିବି ୧୮ ବର୍ଷ ପରେ IPL ଟ୍ରଫି ଜିତିବାର ଉତ୍ସବ ପାଳନ କରିବାକୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଭିଡ ଜମାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିଜୟ ପରେଡ୍ ବେଳେ ଷ୍ଟାଡିୟମ ବାହାରେ ଅଚାନକ ଭିଡ଼ ବେକାବୁ ହୋଇପଡିଥିଲା । ଯାହାଫଳରେ ଭୟଙ୍କର ଦଳାଚକଟା ଘଟି ବହୁସଂଖ୍ୟାକ ଲୋକ ଆହତ ହୋଇଥିଲେ।  ଏହି ଘଟଣା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନ୍‌ ବନ୍ଦ କରାଯାଇଛି । 

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଅଘଟଣରେ ପ୍ରତିକ୍ରିୟା ଦେଇଛନ୍ତି, ''ମୁଁ ଏବେ ମୃତାହତଙ୍କ ସଠିକ୍ ସଂଖ୍ୟା ସ୍ପଷ୍ଟ କରିପାରିବି ନାହିଁ । ବର୍ତ୍ତମାନ ମୁଁ ଘଟଣାସ୍ଥଳକୁ ଯାଉଛି । ଷ୍ଟାଡିୟମରେ ବହୁସଂଖ୍ୟକ ଭାବବିହ୍ୱଳ ଫ୍ୟାନ ଉପସ୍ଥିତ ଥିଲେ ଏବଂ ସୁରକ୍ଷା ଦୃଷ୍ଟିରୁ ଆମେ ୫ ହଜାରରୁ ଊର୍ଦ୍ଧ୍ୱ ପୋଲିସ କର୍ମୀ ମୁତୟନ କରିଥିଲୁ । ସ୍ଥିତି ଉପରେ ନଜର ରଖିଛୁ ଏବଂ ଖୁବଶୀଘ୍ର ଘଟଣାର ବିସ୍ତୃତ ସୂଚନା ଦିଆଯିବ ।''

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦଳାଚକଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । 

ଅଧିକ ପଢ଼ନ୍ତୁ: ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ; IPL ଟ୍ରଫି ଜିତିଲେ କିଙ୍ଗ୍‌ କୋହଲି...

କହିରଖୁଛି କି, ପ୍ରଥମ ଥର ଆଇପିଏଲରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ଦମଦାର ବିଜୟ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

RCB Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ