’କ୍ରୀଡ଼ା ପ୍ରତି ଯୁବକଙ୍କ ମଧ୍ୟରେ ଉତ୍ସାହ ମେଜର ଧ୍ୟାନଚାନ୍ଦଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି’

ଆଜି ଅଗଷ୍ଟ ମାସର ଶେଷ ରବିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ଅଲମ୍ପିକ୍ସ ମେଡାଲ ବିଜେତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ୮୦ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ମାନେ ଏବେ ଯୁବପିଢ଼ିଙ୍କ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି

pm modi

News Summary

୮୦ ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

କ୍ରୀଡ଼ା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ଦେଶର ଯୁବପିଢ଼ି ଏବେ ଖେଳକୁଦରେ ଧ୍ୟାନ ଦେଉଛନ୍ତି

ନୂଆଦିଲ୍ଲୀ : ଆଜି ଅଗଷ୍ଟ ମାସର ଶେଷ ରବିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ଅଲମ୍ପିକ୍ସ ମେଡାଲ ବିଜେତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ୮୦ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ମାନେ ଏବେ ଯୁବପିଢ଼ିଙ୍କ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି । ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ୱପ୍ନ ପୂରଣ ଦିଗରେ ଭାରତ ବଢ଼ୁଛି । କ୍ରୀଡ଼ା କ୍ଷେତ୍ରରେ ଦେଶ ବେଶ୍ ଆଗକୁ ଆଗେଇ ଚାଲିଛି । କିନ୍ତୁ ହକିରେ ମେଡାଲ୍ ଆସିବା ପରେ ଏବେ ଇତିହାସ ରଚିଛି ଭାରତ ।

ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ବଡ଼ କଥା

ଆଜିର ଯୁବପିଢ଼ି ମନ ଚାହୁଁଥିବା ରାସ୍ତାରେ ଚାଲିବାକୁ ଚାହାଁନ୍ତି ନାହିଁ । ସେମାନେ ନୂଆ ରାସ୍ତା ତିଆରି କରିବାକୁ ଚାହୁଁଛନ୍ତି । ନୂତନ ଗନ୍ତବ୍ୟସ୍ଥଳ, ନୂଆ ଲକ୍ଷ , ନୂଆ ରାସ୍ତା, ନୂଆ ଇଚ୍ଛା, ନୂଆ ଆଗ୍ରହ ନେଇ ଦିନରାତି କଠିନ ପରିଶ୍ରମ କରୁଛନ୍ତି ।

ସେହିପରି ବିଶ୍ୱରେ ଏବେ ବ୍ୟବସାୟ କ୍ଷେତ୍ରରେ ଭାରତ ବିଶେଷ ଉନ୍ନତି କରିଛି । ଗାଁଠୁ ସହର ଯାଏଁ ବିଶ୍ୱ ଖେଳନା ବଜାରରେ ଭାରତ ଏବେ ଅନ୍ୟ ଦେଶର ପ୍ରତିନ୍ଦ୍ୱନ୍ଦୀ । ତେଣୁ ଏକ୍ଷେତ୍ରର ନୂଆ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଛୋଟ ସହରରେ ମଧ୍ୟ ଷ୍ଟାର୍ଟ ଅପ୍ ସଂସ୍କୃତି ବିସ୍ତାର ହେଉଛି ଏବଂ ଏଥିରେ ଉଜ୍ଜ୍ୱଳ ଭବିଷ୍ୟତ ଦେଖିବାକୁ ମିଳୁଥିବ ।

ଆସନ୍ତାକାଲି ଜନ୍ମାଷ୍ଟମୀଙ୍କର ମହାନ ପର୍ବ । ଜନ୍ମାଷ୍ଟମୀଙ୍କର ଏହି ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପର୍ବ । ନଟଖଟ୍ କାହ୍ନା ଠାରୁ ଆରମ୍ଭ କୀରି ବିରାଟ ରୂପ ଧାରଣ କରିଥିବା କୃଷ୍ଣ ପର୍ଯ୍ୟନ୍ତ ଭଗବାନଙ୍କର ସମସ୍ତ ରୂପ ସହ ଆମେ ପରିଚିତ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ମନ କି ବାତରେ ଆଧ୍ୟାତ୍ମିକତା ଏବଂ ଦର୍ଶନ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ଆଜି ବିଶ୍ୱରେ ଲୋକମାନେ ଭାରତୀୟ ଆଧ୍ୟାତ୍ମିକତା ଏବଂ ଦର୍ଶନ ବିଷୟରେ ଚିନ୍ତା କରୁଛନ୍ତି, ଏପରିସ୍ଥଳରେ ଆମର ଏହି ମହାନ ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ଅଟେ ।