Advertisment

ସିସୋଦିଆଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌, ଆଉ ଘୁଞ୍ଚିପାରିବେନି..

ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

Manish Sisodia

Manish Sisodia

Advertisment

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ଲୁକ୍‌ଆଉଟ୍ ନୋଟିସ୍ । ମନୀଷଙ୍କ ସମେତ ୧୨ ଜଣଙ୍କ ନାଁରେ ସିବିଆଇ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ସେମାନଙ୍କ ବିଦେଶ ଯାତ୍ରା ଉପରେ କଟକଣା ଜାରି କରାଯାଇଛି ।

Advertisment

ଅବକାରୀ ନୀତିରେ ବିଭିନ୍ନ ନିୟମର ଉଲ୍ଲଂଘନ ସହ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ମନୀଷ ସିସୋଦିଆଙ୍କ ଘରେ ପୂର୍ବରୁ ରେଡ୍ ହୋଇଥିଲା । ଏଥିସହ ଏନସିଆରରେ ୩୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଦିଲ୍ଲୀ ଅବକାରୀ କମିଶନର ଗୋପୀ କ୍ରିଷ୍ଣାଙ୍କ ଘରେ ମଧ୍ୟ ଚଢଉ ହୋଇଥିଲା ।

ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଶନିବାର ପଚରାଉଚରା ଆରମ୍ଭ କରିଥିଲା ଓ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁ ସାମିଲ ଅଛନ୍ତି। ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଫିସକୁ ଡକାଇ ପୁଚରାଉଚରା କରିଥିଲା।

Advertisment

ତେବେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ରେ ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ସାମିଲ ନାହିଁ । ପ୍ରକୃତରେ ବିଜୟ ନାୟାର ତାଙ୍କ ବ୍ୟକ୍ତିଗତ କାମ ପାଇଁ ଦେଶ ବାହାରେ ଅଛନ୍ତି । ଶନିବାର ଦିନ ନାୟାର ଏକ ବିବୃତ୍ତି ଜାରି କରି କହିଥିଲେ ଯେ, 'ମୁଁ ଦେଶ ଛାଡି ପଳାଇ ନାହିଁ କିନ୍ତୁ ମୋର ବ୍ୟକ୍ତିଗତ କାମ ଯୋଗୁ ବାହାରକୁ ଆସିଛି' 

Manish Sisodia Look Out Notice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ