Advertisment

ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ PLA, MNPFର ହାତ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(PLA) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(MNPF)ର ହାତ। IED ବିସ୍ଫୋରଣ କରିବା ସହ ଦୁଇ ପଟୁ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରବଳ ଗୁଳି ମାଡ଼ କରିଥିଲେ।

ଅଦ୍ୟତନ ହୋଇଛି
Manipur Terror Attack

Manipur Terror Attack

Advertisment

ଇମ୍ଫାଲ: ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(PLA) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(MNPF)ର ହାତ। ଉଭୟ ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି। ଏହି ଦୁଇ ଆତଙ୍କବାଦୀ ସଂଗଠନ ମିଳିତ ଭାବେ ଆମ୍ବୁସ୍ କରିଥିଲେ।

Advertisment

IED ବିସ୍ଫୋରଣ କରିବା ସହ ଦୁଇ ପଟୁ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରବଳ ଗୁଳି ମାଡ଼ କରିଥିଲେ। ଏହି ଆକ୍ରମଣ ଘଟଣା ସମ୍ପର୍କରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମ୍ ଏମ୍ ନରଓ୍ୱାଣେଙ୍କୁ ଅବଗତ କରାଯାଇଛି। ଆତଙ୍କବାଦୀଙ୍କୁ କାବୁ କରିବା ନେଇ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି। ମିଆଁମାର ସୀମାନ୍ତ ଉପରେ କଡ଼ା ନଜର ରଖାଯାଇଛି। ଯେପରି ସୀମାରେ ସ୍ଥିତି ବିଗିଡ଼ିବନି ସେନେଇ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି।

ସୂଚନାଥାଉ କି, ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ। ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସମେତ ୭ ଜଣଙ୍କୁ ଆତଙ୍କବାଦୀମାନେ ବର୍ବର ହତ୍ୟା କରିଥିଲେ।

Advertisment

ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ୪୬ ଆସାମ ରାଇଫଲ୍ସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ,ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ଫେରୁଥିଲେ। ଏହି ସମୟରେ ସୁରକ୍ଷା ଦାୟିତ୍ୱରେ କ୍ୱିକ୍ ରିଆକ୍ସନ ଟିମ୍‌ର କିଛି ଯବାନ ମଧ୍ୟ ଥିଲେ। ତେବେ ସେହକେନ୍ ଗାଁ ନିକଟରେ ହଠାତ୍‌ ସେମାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ପ୍ରଥମେ IED ବିସ୍ଫୋରଣ ପରେ ଆଖିବୁଜା ଗୁଳିମାଡ଼ କରିଥିଲେ।   

Terrorist Attack Manipur Terror Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ