Advertisment

ସୋସିଆଲ୍‌ ମିଡିଆରୁ ମୋବାଇଲ କଲର୍‌ ଟ୍ୟୁନ୍‌, ସବୁଠି ‘ମାନିକେ ମାଗେ ହିତେ’

ସୋସିଆଲ୍‌ ମିଡିଆ ହେଉକି ମୋବାଇଲ କଲର୍‌ ଟ୍ୟୁନ୍‌। ସାରା ଦୁନିଆ ଏବେ ଗୋଟିଏ ଗୀତରେ ହେଉଛି ଗୁଣୁଗୁଣୁ। ବାଥରୁମ୍‌ ସିଙ୍ଗର୍‌ରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ମାନିକେ ମାଗେ ହିଥେ...

ଅଦ୍ୟତନ ହୋଇଛି
Yohani

Yohani

Advertisment
Advertisment

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆ ହେଉକି ମୋବାଇଲ କଲର୍‌ ଟ୍ୟୁନ୍‌। ସାରା ଦୁନିଆ ଏବେ ଗୋଟିଏ ଗୀତରେ ହେଉଛି ଗୁଣୁଗୁଣୁ। ବାଥରୁମ୍‌ ସିଙ୍ଗର୍‌ରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ମାନିକେ ମାଗେ ହିଥେ। କେହି କେହି ଗୀତଟିକୁ ବୁଝୁ ଥିବା ବେଳେ ଅନେକ ବୁଝି ନ ପାରିଲେବି ମ୍ୟୁଜିକରେ ହେଉଛନ୍ତି ମତୁଆଲା। ଶ୍ରୀଲଙ୍କାର ସିଂହଳି ଭାଷାରେ ଗୀତଟି ବୋଲା ଯାଇଥିଲେ ହେଁ ସବୁ ବର୍ଗ ଓ ବୟସର ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଛି। ବୁଝି ହେଉନଥିଲେ ବି ମାନିକେ ମାଗେ ହିଥେ ଗୀତଟି ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରିଛି।

ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍‌ଭା ମାନିକେ ମାଗେ ହିଥେ ପାଇଁ ରାତାରାତି ୟୁଟ୍ୟୁବ୍‌ ସେନ୍ସେସନ୍‌ ପାଲଟିଛନ୍ତି। ଏବେ ବଲିଉଡରୁ ହଲିଉଡ ସବୁଠି ୟୋହାନିଙ୍କ ସ୍ୱରର ଯାଦୁ। ବଲିଉଡ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କଠୁ ଶିମ୍ବା ରଣବୀର ସିଂ ଯାଏ ସମସ୍ତେ ମାନିକେ ମାଗେ ହିଥେ ଗୀତରେ ମତୁଆଲା। ବଲିଉଡ ସେଲିବ୍ରିଟି ୟୋହାନିଙ୍କ ସୁରିଲା ସ୍ୱରର ଦିୱାନା। ‘ବିଗ୍‌ବସ୍‌ ସିଜନ୍‌-୧୫’ ମଞ୍ଚରେ ସଲ୍‌ମାନ୍‌ ଓ ‘ବିଗ୍‌ ପିକ୍‌ଚର୍‌’ ମଞ୍ଚରେ ରଣବୀରଙ୍କୁ ଗୀତର ତାଳେ ତାଳେ ନଚାଇଥିଲେ ୟୋହାନି।

Advertisment

ଗତବର୍ଷ କରୋନା କାଳରେ ଶ୍ରୀଲଙ୍କାର ସ୍ୱାଧୀନତା ଦିବସ ଅବସରରେ ୨୨ ମେ’ରେ ‘ମାନିକେ ମାଗେ ହିଥେର ଅଫିସିଆଲ୍‌ କଭର୍‌ ଗୀତ ରିଲିଜ୍‌ ହୋଇଥିଲା। ଯାହାକୁ ଗାଇଥିଲେ ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍‌ଭା। ବ୍ୟାକ୍‌ଗ୍ରାଉଣ୍ଡ୍‌ କର୍ଣ୍ଣିଂ ସାଥୀ ଶାନ ରତ୍ନାନାୟକ ଦେଇଥିଲା ବେଳେ ଗୀତଟିକୁ ଦୁଲନ ଏଆର୍‌ଏକ୍ସ ଲେଖିଥିଲେ। ବଡ଼ କଥା ହେଲା ଗୀତ ରିଲିଜ୍‌ ପରେ ଏହା ଖୁବ ଭାଇରାଲ୍‌ ହୋଇଥିଲା। ଏମିତିକି ମାତ୍ର କେଇ ମାସ ମଧ୍ୟରେ ଏହା ମିଲିୟନ ମିଲିୟନ ଦର୍ଶକଙ୍କ ମନକୁ ଛୁଇଁ ୟୁଟ୍ୟୁବ୍‌ ଦୁନିଆରେ ନୂଆ ରେକର୍ଡ କରିଥିଲା। ବିଶେଷ କରି ଦକ୍ଷିଣ ଏସିଆରେ ହିଟ୍‌ ହୋଇଗଲା ‘ମାନିକେ ମାଗେ ହିଥେ ଗୀତ।

ବହୁ ସଂଖ୍ୟକ ଭାରତୀୟ ବି ଏହି ଗୀତ ମାୟାରେ ପଡି ଯାଇଥିଲେ। ଯେଉଁଥି ପାଇଁ ‘ମାନିକେ ମାଗେ ହିଥେ ଗୀତ ଏବେ ଓଡ଼ିଆ, ତେଲୁଗୁ, ତାମିଲ, ହିନ୍ଦୀ, ପଞ୍ଜାବୀ, ନେପାଳୀ, ବଙ୍ଗଳା, ଭୋଜପୁରୀ ଏବଂ ମାଲାୟାଲମ୍‌ ଭାଷାରେ ଭିନ୍ନ ଭିନ୍ନ ଶିଳ୍ପୀଙ୍କ କଣ୍ଠରେ ରେକର୍ଡ ହୋଇଛି। ତାମିଲ ଓ ମାଲାୟାଲମ୍‌ ଭାଷାରେ ପ୍ରସ୍ତୁତ ଗୀତରେ ନିଜେ ୟୋହାନି କଣ୍ଠଦାନ କରିଛନ୍ତି। ଏପରିକି ୨୦୨୨ ମସିହାରେ ଆସୁଥିବା ବଲିଉଡ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ଗୀତଟି ୟୋହାନିଙ୍କ କଣ୍ଠରେ ହିନ୍ଦୀ ରିମେକ୍‌ କରାଯାଇଛି। ୟୋହାନି କେବଳ ଜଣେ କଣ୍ଠଶିଳ୍ପୀ ନୁହଁନ୍ତି, ସେ ଜଣେ ଭଲ ଲେଖିକା ମଧ୍ୟ। ରାପର୍‌, ମ୍ୟୁଜିକ୍‌ ପ୍ରଡ୍ୟୁସର୍‌, ୟୁଟ୍ୟୁବର୍‌ ଏବଂ ଟିକ୍‌ଟକ୍‌ ଦୁନିଆରେ ସେ ଜଣେ ନାମକରା ଷ୍ଟାର୍‌। ୨-୩ ବର୍ଷ ତଳେ ଜଣେ ରାପର୍‌ ଭାବରେ ୟୁଟ୍ୟୁବ୍‌ରୁ ଯାତ୍ରା ଆରମ୍ଭ କରିଥିଲେ ୟୋହାନି। ଆଜି ସେ ସଫଳତାର ଶୀର୍ଷ ଛୁଇଁବାରେ ସକ୍ଷମ ହୋଇଛନ୍ତି।

Advertisment

୧୯୯୩ ମସିହା ଜୁଲାଇ ୩୦ରେ ଶ୍ରୀଲଙ୍କାର କଲମ୍ବୋରେ ଜନ୍ମ ଗ୍ରହଣ କରିଥିବା ୟୋହାନିଙ୍କୁ ଏବେ ୨୮ ବର୍ଷ। ଏତେ କମ୍‌ ବୟସରେ ସେ ଅନେକ ସଫଳତା ହାସଲ କରିଥିବା ୟୋହାନି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସଙ୍ଗୀତ ମାଧ୍ୟମରେ ୟୁଟ୍ୟୁବ୍‌ରେ ତିନି ନିୟୁତରୁ ଅଧିକ ଦର୍ଶକଙ୍କ ମନ ଜିଣି ଶ୍ରୀଲଙ୍କାରେ ପ୍ରଥମ ମହିଳା ଗାୟିକା ହେବାର ସେ ଗୌରବ ଅର୍ଜନ କରିଛନ୍ତି। ଏବେ ସେ ବଲିଉଡରେ ଏଣ୍ଟ୍ରି କରିବା ସହ ହିନ୍ଦୀ ଚଳଚ୍ଚିତ୍ର ‘ଶିଦ୍ଦତ୍‌’ରେ ଗୀତ ଗାଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ହିନ୍ଦୀ ଶିଖିବାକୁ ପଡ଼ିଛି।

YouTube Yohani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ