Advertisment

ମାଣିକ ଶାହା ହେବେ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଅଦ୍ୟତନ ହୋଇଛି
New CM of Tripura

New CM of Tripura

Advertisment

ମାଣିକ ଶାହା ହେବେ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମାଣିକ ଶାହା ମୁଖ୍ୟମନ୍ତ୍ରୀ ହେବା ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ମାଣିକ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ସେ କହିଛନ୍ତି। ୨୦୨୩ ନିର୍ବାଚନ ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଥିଲେ। ରାଜ୍ୟପାଳ ଏସ.ଏନ ଆଚାର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିଲେ ବିପ୍ଳବ କୁମାର।

Advertisment

କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବ, ବରିଷ୍ଠ ବିଜେପି ନେତା ବିନୋଦ ତାଓ୍ବଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଗତକାଲି ବିପ୍ଲବ ଦିଲ୍ଲୀରେ ଥିବା ବେଳେ ଆଜି ସକାଳୁ ଅଗରତାଲାକୁ ଫେରିଥିଲେ।

ତେଣୁ ବିପ୍ଲବ କୁମାର ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିପ୍ଳବ ଆଗକୁ ଦଳୀୟ ସଙ୍ଗଠନ କାର୍ଯ୍ୟଭାର ତୁଲାଇବେ। ଗଲା କିଛି ବର୍ଷ ଧରି ବିପ୍ଲବଙ୍କ ବିରୋଧରେ ଦଳ ଭିତରୁ ବହୁ ବିଧାୟକଙ୍କ ବିରୋଧାଭାସ ବଢ଼ୁଥିଲା। ଏପିରିକି କିଛି ଅସନ୍ତୁଷ୍ଟ ବିଧାୟକ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ।

Advertisment

ଏହି କାରଣରୁ ଗତ ଗୁରୁବାର ବିପ୍ଲବଙ୍କୁ ଦିଲ୍ଲୀରୁ ସମନ ଆସିଥିବା ବେଳେ ସେ ଦଳର ଶୀର୍ଷ ନେତୃତ୍ୱ ଅମିତ ଶାହ ଓ ପାର୍ଟି ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଥିଲେ। ରାଜ୍ୟର ଦଳର ସଂଗଠନକୁ ତ୍ରୁଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ କରିବାକୁ ସେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି ବିପ୍ଲବ।

BJP Tripura CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ