ମୃତ୍ୟୁ ପରେ ବି ବିବାହ । ଅଜବ ଲାଗୁଥିଲେ ବି କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଏହା କୌଣସି ସାଧାରଣ ବିବାହ ନୁହେଁ ବରଂ ଏଥିରେ ଦୁଇ ମୃତ୍ୟ ବ୍ୟକ୍ତିଙ୍କ ବାହାଘର କରାଯାଇଛି । ବିବାହର ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ସ ଚକିତ ହୋଇଛନ୍ତି ।
କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାରେ ଏହି ପାରମ୍ପରିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ବିବାହରେ ପରିବାରର ସମସ୍ତ ସଦସ୍ୟ ତଥା ଅତିଥି ଯୋଗଦେବା ସହ ଭୋଜିଭାତ ଏବଂ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଥିଲା ।
ଘଟଣାକୁ ନେଇ ୟୁଟୁବର ଆନି ଅରୁଣ (YouTuber Anny Arun) ଏହି ଅଜବ ତଥା ନିଆରା ବିବାହର ପ୍ରତିଟି ମୂହୁର୍ତ୍ତର ଭିଡ଼ିଓ ଶେୟାର କରିଛନ୍ତି । ଟ୍ୱିଟ୍ରେ ସେ ଲେଖିଛନ୍ତି ଯେ, ‘ମୁଁ ଆଜି ଏକ ବିବାହ ଉତ୍ସବରେ ଯୋଗ ଦେଉଛି। ଆପଣ ପଚାରିପାରିବେ କି କାହିଁକିଁ ଏହି ଭିଡ଼ିଓ ଟ୍ୱିଟ୍ କରାଯାଇଛି । ଗତ ୩୦ ବର୍ଷ ପୂର୍ବେ ବର ଓ କନ୍ୟାର ମୃତ୍ୟୁ ହୋଇଥିବାବେଳେ ଆଜି ସେମାନଙ୍କ ବିବାହ କରାଯାଉଛି ।’ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ସାଧାରଣ ବିବାହ ପରି ଏହି ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା । କେବଳ ପାର୍ଥକ୍ୟ ଥିଲା ବାସ୍ତବ ବର ଏବଂ କନ୍ୟା ବଦଳରେ କଣ୍ଢେଇ ରଖାଯାଇଥିଲା ।
Also Read
କାହିଁକି ମୃତ୍ୟୁ ପରେ ବି ବିବାହ କରାଯାଏ :-
ପ୍ରେତ କଲ୍ୟାଣମ୍ (Pretha Kalyanam) ନାମକ ଏକ ପରମ୍ପରା ରହିଛି । ଯାହା ଏବେ ପର୍ଯ୍ୟନ୍ତ କର୍ଣ୍ଣାଟକ ଓ କେରଳର କିଛି ସ୍ଥାନରେ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଜନ୍ମ ସମୟରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ବିବାହ (marriage of the dead) ଉତ୍ସବ ପାଳନ କରାଯାଇଥାଏ । ତେବେ ସ୍ଥାନୀୟ ସମ୍ପ୍ରଦାୟ ଲୋକେ ସେମାନଙ୍କର ଆତ୍ମାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ପରମ୍ପରା ପାଳନ କରିଥାନ୍ତି ।
ଦକ୍ଷିଣ କର୍ଣ୍ଣାଟକରେ ପାଳନ କରାଯାଉଥିବା ପରମ୍ପରାକୁ ବର୍ଣ୍ଣନା କରି ମଧ୍ୟ ସେ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଏହା ଏକ ଗମ୍ଭୀର ପରମ୍ପରା। ଯେଉଁମାନେ ଜନ୍ମ ସମୟରେ ମୃତ୍ୟୁବରଣ କରିଥାନ୍ତି, ମୃତ୍ୟୁ ପରେ ସେମାନଙ୍କ ବିବାହ କରାଯାଇଥାଏ । ସାଧାରଣ ବିବାହ ଉତ୍ସବ ପରି ରୀତିନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଫଳରେ ଦୁଇ ପରିବାର ପରସ୍ପରର ବିବାହ ବନ୍ଧନରେ ଆବଦ୍ଧ ହେବେ ।’
ଏହି କାର୍ଯ୍ୟକ୍ରମରେ ବରଯାତ୍ରୀ ସାମିଲ ହେବା ସହ ସାତଫେରା ଭଳି ରୀତିନିତୀ ମଧ୍ୟ ପାଳନ କରାଯାଇଥାଏ । ଯାହା ଏହି ଭିଡ଼ିଓରେ ବର୍ଣ୍ଣନା କରାଯାଇଛି :-
ଏହାସହ ସେ ଏକ ଟୁଇଟ୍ରେ ଲେଖିଛନ୍ତି, ‘ଶିଶୁ ଏବଂ ଅବିବାହିତ ଲୋକଙ୍କୁ ଏହି ବିବାହ ଦେଖିବାକୁ ଅନୁମତି ନାହିଁ । ’
କେବଳ ରୀତିନୀତି ନୁହେଁ, ଏକ ବଡ଼ ଭୋଜି ମଧ୍ୟ ହୋଇଥିଲା । ମେନୁରେ ମାଛ ତରକାରୀ, ଚିକେନ୍ ସୁକ୍କା, କଡଲେ ବାଲିଅର୍, ମଟନ୍ ଗ୍ରେଭି ସହିତ ଇଡଲି ପରି ଭଳିକି ଭଳି ଖାଦ୍ୟର ବ୍ୟାବସ୍ଥା କରାଯାଇଥିଲା ।
ୟୁଟୁବର ନିଜ ଶେଷ ପୋଷ୍ଟରେ କ୍ୟାପ୍ସନ୍ ଲେଖିଛନ୍ତି, ‘ବୋଧହୁଏ ପରବର୍ତ୍ତୀ ଜୀବନରେ ଏହି ଦମ୍ପତି ଖୁସିରେ ନିଜ 'ଜୀବନ' ବିତାନ୍ତି !’