Advertisment

ଜିମ୍ବାୱେରୁ ଫେରିଥିଲେ, ଜଣାପଡ଼ିଲା ଓମିକ୍ରନ୍‌ରେ ଆକ୍ରାନ୍ତ...

ଚିନ୍ତା ବଢ଼ାଉଛି କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌। ଦିଲ୍ଲୀରେ ଓମିକ୍ରନ୍‌ ଭାରିଏଣ୍ଟ୍‌ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Omicron Case In Delhi

Omicron Case In Delhi

Advertisment

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌। ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏସବୁ ଭିତରେ ଦିଲ୍ଲୀରେ ଓମିକ୍ରନ୍‌ ଭାରିଏଣ୍ଟ୍‌ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। 

Advertisment

ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତି ଜିମ୍ବାୱେରୁ ଦିଲ୍ଲୀ ଆସିଥିଲେ। କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ କେଉଁ ଭାରିଏଣ୍ଟ୍‌ରେ ଆକ୍ରାନ୍ତ, ତାହା ଜାଣିବା ଲାଗି ନମୁନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା। ରିପୋର୍ଟରେ ଜଣାପଡ଼ିଛି, ସେ ଓମିକ୍ରନ୍‌ରେ ଆକ୍ରାନ୍ତ।

ଜିମ୍ବାୱେରୁ ଦିଲ୍ଲୀ ଆସିଥିବା ଉକ୍ତ ବ୍ୟକ୍ତି ଟ୍ରାଭେଲ ହିଷ୍ଟ୍ରି ଦକ୍ଷିଣ ଆଫ୍ରିକା ମଧ୍ୟ ରହିଛି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ସଂକ୍ରମଣ ଅଧିକ ଥିବା କୁହାଯାଉଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଯାହାକୁ ନେଇ ଆହୁରି ଚିନ୍ତା ବଢ଼ିଛି। ବିଦେଶରୁ ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।

Advertisment

୯୦ ଜଣ ଡିସେମ୍ବର ୧ରୁ ବିଦେଶରୁ ଭାରତକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ‘at-risk’ ଦେଶରୁ ଆସିଛନ୍ତି। ସେପଟେ ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ମୁମ୍ବାଇରୁ ୩ ଜଣ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

New Delhi Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ