Advertisment

୨ ଜଣଙ୍କ ମଧ୍ୟରେ ଲାଗିଥିଲା ଝଗଡ଼ା: ସମାଧାନ କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ କରାଗଲା ହତ୍ୟା

କୌଣସି କାରଣରୁ ଦୁଇ ଜଣ ଝଗଡା ଲାଗିଥିଲେ। ଆଉ ସେମାନଙ୍କ ଝଗଡ଼ାର ସମାଧାନ କରିବା ଲାଗି ତୃତୀୟ ପକ୍ଷ ପହଞ୍ଚିଥିଲେ। କେବଳ ପହଞ୍ଚିଥିଲେ ତାହା ନୁହେଁ ବରଂ ଉଭୟଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ହିଁ ସେମାନେ ହତ୍ୟା କରିଦେଲେ। ଆଉ ଏହି ଘଟଣା ଜଣାପଡ଼ିବା ପରେ ସାରା ମହାରାଷ୍ଟ୍ରରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣାଟି ଗତକାଲି ଘଟିଥିବା ନେଇ ସୂଚନା ମିଳିଛି।

ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି କି ରାଜଧାନୀ?

crime

Advertisment

ମୁମ୍ବାଇ: ରାଗ ବ୍ରହ୍ମଚାଣ୍ଡାଳ। ଏହି ଲୋକକଥା ଘରେ ଘରେ ବେଶ୍‌ ପରିଚିତ। କାରଣ ରାଗିଥିବା ସମୟରେ ଆମେ କାହାକୁ କଣ କହିଥାଉ କି କରିଥା ସେ ସମ୍ପର୍କରେ ଆମେ ଥରେ ବି ଚିନ୍ତା କରିନଥାଉ।ଏମିତି କି କିଏ ଆମ ପାଇଁ ଭଲ କହୁଛି ଆଉ କିଏ ଖରାପ କହୁଛି ତାହାର ବିଚାର ମଧ୍ୟ ଆମେ କରିପାରିନଥାଉ। ଠିକ୍‌ ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରରେ। କୌଣସି କାରଣରୁ ଦୁଇ ଜଣ ଝଗଡା ଲାଗିଥିଲେ। ଆଉ ସେମାନଙ୍କ ଝଗଡ଼ାର ସମାଧାନ କରିବା ଲାଗି ତୃତୀୟ ପକ୍ଷ ପହଞ୍ଚିଥିଲେ। କେବଳ ପହଞ୍ଚିଥିଲେ ତାହା ନୁହେଁ ବରଂ ଉଭୟଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ହିଁ ସେମାନେ ହତ୍ୟା କରିଦେଲେ। ଆଉ ଏହି ଘଟଣା ଜଣାପଡ଼ିବା ପରେ ସାରା ମହାରାଷ୍ଟ୍ରରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣାଟି ଗତକାଲି ଘଟିଥିବା ନେଇ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ପ୍ରବୀଣ କାଥାନେ ବୋଲି ଜଣାପଡିଛି। ସେ ପାର୍ସୋଡି ନିବାସୀ ଥିଲେ। ଅଭିଯୁକ୍ତ ଆଶିଷ ଏବଂ ସୁରେଶ ସ୍ଥାନୀୟ ଅଂଚଳର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଶିଷ ଜଣେ ନିର୍ମାଣ ଶ୍ରମିକ ଏବଂ ସେ କରିଥିବା କାମ ପାଇଁ ମଜୁରୀ ମାଗିଥିଲେ ଆଉ ଏହା ପରେ ଟଙ୍କାକୁ ନେଇ ଆଶିଷ ଏବଂ ସାହିଲଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ଆଉ ଦୁହିଁକ ମଧ୍ୟରେ ଲାଗିଥିବା ଝଗଡ଼ାର ସମାଧାନ ପାଇଁ ପ୍ରବୀଣ ଆସିଥିଲେ। ପ୍ରବୀଣଙ୍କ ହସ୍ତକ୍ଷେପ ପରେ ଆଶିଷ ରାଗିଯାଇ ତାଙ୍କ ମୁଣ୍ଡକୁ ଏକ ଇଟାରେ ଆକ୍ରମଣ କରିଥିଲେ। ଆଉ ଆକ୍ରମଣ ଏତେ ମାତ୍ରାରେ ଗଭୀର ଥିଲା ଯେ, ପ୍ରବୀଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Advertisment

କେବଳ ଏହା ନୁହେଁ ବରଂ ନାଗପୁରର ଅନ୍ୟ ଏକ ହତ୍ୟା ମାମଲା ମଧ୍ୟ ସାମ୍ନାକୁ ଆସିଛି। ବାକିଥିବା ଲୋନ୍‌ ଟଙ୍କା ମାଗିବା କାରଣରୁ ଜଣେ ବ୍ୟକ୍ତି ତାଙ୍କ ସହଯୋଗୀଙ୍କୁ ହତ୍ୟା କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମାତ୍ର ୩ ହଜାର ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଛି। ସେ ଯାହା ବି ହେଉ ଏହି ଦୁଇଟି ହତ୍ୟାକାଣ୍ଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Maharashtra Crime Nagpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ