Man Strangles Wife To Death After She Refuses To Have Sex
ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଲା ସ୍ତ୍ରୀ। ଫଳରେ ଏଥିରେ ରାଗି ଯାଇ ପତ୍ନୀର ଜୀବନ ନେଲା ସ୍ୱାମୀ। ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ହୋଇଛି। ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି। ଅଭିଯୁକ୍ତର ନାଁ ମହମ୍ମଦ ଅନୱର।
ସୂଚନା ଅନୁସାରେ, ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ଅନୱର ପତ୍ନୀଙ୍କୁ ବାଧ୍ୟ କରିଥିଲା। ହେଲେ ଏଥିରେ ପତ୍ନୀ ରାଜି ହୋଇନଥିଲେ। ଫଳରେ ରାଗି ଯାଇ ଅନୱର ଦଉଡ଼ିରେ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିଲା।
ଘଟଣା ସମ୍ପର୍କରେ ଯେପରି କେହି ଜାଣି ନପାରନ୍ତି ହତ୍ୟାପରେ ଅନୱର ପତ୍ନୀଙ୍କ ମୃତଦେହକୁ ଘରଠାରୁ ୫୦ କି.ମି. ଦୂରରେ ଫିଙ୍ଗିଥିଲା। ଏହାପରେ ପତ୍ନୀ ନିଖୋଜ ନେଇ ଥାନାରେ ରିପୋର୍ଟ ଦେଇଥିଲା। ହେଲେ କିଛିଦିନ ପରେ ମୃତଦେହ ଉଦ୍ଧାର ପରେ ସେ ପୋଲିସ୍ ହାତରେ ଧରାପଡ଼ିଥିଲା। ଶେଷରେ ଭିଡିଓ ଜରିଆରେ ଅନୱର ନିଜର ଅପରାଧ ସ୍ୱୀକାର କରିଛି।
ଅଧିକ ପଢ଼ନ୍ତୁ: ଜମି ପାଇଁ ମୁଣ୍ତଗଣ୍ତି ଅଲଗା କରିଦେଲା ସମ୍ପର୍କୀୟ ଭାଇ, ତା’ପରେ..
ଘଟଣା ଘଟିବାର କିଛିଦିନ ପରେ ପୋଲିସ ମୃତଦେହ ଉଦ୍ଧାର କରିଥିଲା ଓ ଏହାକୁ ଚିହ୍ନଟ ପାଇଁ ଅନୱରଙ୍କୁ ଡକାଇ ଥିଲା। ତେବେ ପଚରାଉଚରା ବେଳେ ସେ ପୋଲିସ୍ ନିକଟରେ କାନ୍ଦିବା ସହ ନିଜ ଅପରାଧ ସ୍ୱୀକାର କରିଥିଲା। ପତ୍ନୀଙ୍କୁ ହତ୍ୟା କରିଥିବା କଥା ସେ ପୋଲିସ୍ ଆଗରେ ମାନିଥିଲା।
ସୂଚନାଥାଉ କି, ୯ ବର୍ଷ ପୂର୍ବେ ଅନୱର ବିବାହ କରିଥିବା ବେଳେ ତାଙ୍କର ୩ଟି ସନ୍ତାନ। ଅମରୋହାରେ ତା’ର ଏକ ବେକ୍ରୀ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1670571610.jpg)