Advertisment

କଟିଲା ଚାଲାଣ, ରାଗରେ ପେଟ୍ରୋଲ ଢାଳି ଜାଳିଦେଲେ ବାଇକ୍‌

ପୋଲିସ୍‌ ଚାଲାଣ କାଟିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ନିଜର ବାଇକ୍‌ ଜାଳି ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଅଧିକାଂଶ ସମୟ ରାସ୍ତାର ବିପରୀତ ଦିଗରେ ଯାତ୍ରା କରିଥାନ୍ତି ବୋଲି ଜଣାପଡ଼ିଛି।

Man Sets His Bike On Fire After Being Given Challan

Man Sets His Bike On Fire After Being Given Challan

Advertisment

ପୋଲିସ୍‌ ଚାଲାଣ କାଟିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ନିଜର ବାଇକ୍‌ ଜାଳି ଦେଇଛନ୍ତି। ସୋମବାର ହାଇଦ୍ରାବାଦରେ ଅମିର୍‌ପେଟ୍‌ ମେଟ୍ରୋ ଷ୍ଟେସନରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହାଇଦ୍ରାବାଦ ସିଟି ପୋଲିସ୍‌ର ଅଭିଯୋଗ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଅଧିକାଂଶ ସମୟ ରାସ୍ତାର ବିପରୀତ ଦିଗରେ ଯାତ୍ରା କରିଥାନ୍ତି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଟ୍ରାଫିକ୍‌ ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କ ଗାଡ଼ି ଅଟକାଇବାରୁ ବ୍ୟକ୍ତି ଜଣକ ନିଜର ୨ ଚକିଆ ଯାନ ଜାଳି ଦେଇଥିଲେ। 

ମିଳିଥିବା ସୂଚନା ଅନୁସାରେ, ମୈଥ୍‌ରିଭନମ୍‌ ଜଙ୍କସନ୍‌ରେ ଡ୍ୟୁଟି କରୁଥିବା ବେଳେ ଏସ୍‌ଆର୍‌ ନଗର ଟ୍ରାଫିକ୍‌ ପୋଲିସ୍‌ ଷ୍ଟେସନର ହୋମ୍‌ଗାର୍ଡ ଦେଖିଥିଲେ, ବିପରୀତ ଦିଗରୁ ଜଣେ ବ୍ୟକ୍ତି ଗାଡ଼ି ଚଳାଇ ଆସୁଛନ୍ତି। ତେଣୁ ସେ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ ଥିଲେ। ଏହାପରେ ଗାଡ଼ି ଚଳାଉଥିବା ୪୫ ବର୍ଷୀୟ ଅଶୋକ ଗାଡ଼ି ରଖି ନିଜ ଦୋକାନ ଭିତରକୁ ଯାଇଥିଲେ ଓ ପେଟ୍ରୋଲ ଆଣି ଗାଡ଼ିରେ ପକାଇ ଜାଳି ଦେଇଥିଲେ। 

Advertisment

ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ୍‌ ପକ୍ଷରୁ କୁହାଯାଇଛି ଯେ, ବିପରୀତ ଦିଗରୁ ଗାଡ଼ି ଚଲାଇ ଆସୁଥିବାରୁ ଡ୍ରାଇଭରଙ୍କୁ ଅଟକା ଯାଇଥିଲା। ଯାହାକି ତାଙ୍କ ପାଇଁ ଓ ଅନ୍ୟମାନଙ୍କ ପାଇଁ ବିପଜ୍ଜନକ ଥିଲା। ତେବେ ଟ୍ରାଫିକ୍‌ ନିୟମ ମାନିବା ସହ ଏଭଳି ଭାବେ ଗାଡ଼ି ନଚଲାଇବାକୁ ଟ୍ରାଫିକ୍‌ ପୋଲିସ୍‌ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

Traffic Challan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ