Advertisment

୩ ଦିନ ହେଲା ନିଖୋଜ ଥିଲେ, ଛାନ୍‌ଭିନ୍‌ ପରେ କାର୍‌ ଭିତରୁ ମିଳିଲା ମୃତଦେହ

ନିଖୋଜର ୩ ଦିନ ପରେ କାର୍‌ ଭିତରୁ ମିଳିଲା ମୃତଦେହ। ଲକ୍‌ କାର୍‌ ଭିତରୁ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
Man Missing For 3 Days Found Dead In Car

Man Missing For 3 Days Found Dead In Car

Advertisment

ନିଖୋଜର ୩ ଦିନ ପରେ କାର୍‌ ଭିତରୁ ମିଳିଲା ମୃତଦେହ। ଉତ୍ତର ପ୍ରଦେଶର ମୁଜାଫରନଗରରେ ଲକ୍‌ କାର୍‌ ଭିତରୁ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ହରିୟାଣାର ସୋନିପତ ଜିଲ୍ଲାର ମୋହନ। କେମିତି ତାଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। 

Advertisment

ସୂଚନା ଅନୁସାରେ, ୩ ଦିନ ପୂର୍ବେ ମୋହନ ନିଖୋଜ ଥିଲେ। ଘରକୁ ନଫେରିବାରୁ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା। ହେଲେ ଶୁକ୍ରବାର ଦିନ ୟୁପିର ମୁଜାଫରନଗରରୁ ଲକ୍‌ କାର୍‌ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲ। ତାଙ୍କ ନିକଟରୁ ଆଧାର କାର୍ଡ ମିଳିଥିଲା। ଏହି ଆଧାରରେ ତାଙ୍କର ପରିଚୟ ମିଳିଥିଲା। ସେ ହରିୟାଣାର ସୋନିପତ ଜିଲ୍ଲାର ବାସିନ୍ଦା। 

କେମିତି ତାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନାହିଁ। ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ମୃତଦେହ ଫୋରେନସିକ୍‌ ପରୀକ୍ଷା ପାଇଁ ପଠାଯାଇଛି। ସୂଚନାଥାଉ କି, ୩ ଦିନ ପୂର୍ବେ ମୋହନ ନିଖୋଜ ଥିଲେ ଓ ଶୁକ୍ରବାର ତାଙ୍କ ମୃତଦେହ ମିଳିଥିଲା। 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ