Advertisment

ହତ୍ୟା ପରେ ସାଙ୍ଗର ଶବକୁ ଫିଙ୍ଗୁଥିଲା ସାଙ୍ଗ, ଘାଟି ତଳକୁ ଖସି ଚାଲିଗଲା ଜୀବନ

ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।

ଅଦ୍ୟତନ ହୋଇଛି
Man Kills Friend Falls To Death While Trying To Throw The Body

Man Kills Friend Falls To Death While Trying To Throw The Body

Advertisment

କଥାରେ ଅଛି.. ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଏ ଲୋକ କଥା ଆଜି ବାସ୍ତବରେ ସତ ପ୍ରମାଣିତ ହୋଇଛି । କାରଣ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । କଥାଟି ଆପଣଙ୍କୁ କାହାଣୀ ଭଳି ଲାଗୁଥାଇ ପାରେ ହେଲେ ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ୍ୟ ।  

Advertisment

ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ । ସୂଚନା ମୁତାବକ ଏକ ଛୋଟିଆ ବଚସାକୁ ନେଇ ଜଣେ ବନ୍ଧୁ ତାର ବନ୍ଧୁକୁ ହତ୍ୟା କରିଛି । ଆଉ ତାର ମୃତଦେହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ତାର ଜୀବନ ଚାଲି ଯାଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । 

ଏହି ହତ୍ୟା ଘଟଣାକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ସୂଚନା ଅନୁସାରେ ଗତ ରବିବାର ଦିନ କିଛି ଟଙ୍କା କାରବାରକୁ ନେଇ ୨୮ ବର୍ଷିୟ ତୁଷାର ପାୱାର ଓ ୩୦ ବର୍ଷିୟ ସୁଶାନ୍ତ ଖିଲାରୋଙ୍କ ମଧ୍ୟରେ ବଚସା ହୋଇଥିଲା । 

Advertisment

ଅଧିକ ପଢ଼ନ୍ତୁ: ବନ୍ଧୁ ସାଜିଲା ବନ୍ଧୁର ବଇରୀ : ଏକାଠି ମଦ ପିଇଲେ, ବଚସାରୁ ହତ୍ୟା କଲେ

ବଚସା ପରେ ତୁଷାର ତାଙ୍କ ସହଯୋଗୀଙ୍କ ସହ ସୁଶାନ୍ତ ଖିଲାରୋଙ୍କୁ ହତ୍ୟା କରିଥିଲା । ହତ୍ୟା ପରେ ଶବକୁ ଲୁଚାଇବାକୁ ଯାଇ ତୁଷାର ଏକ କାରରେ ସୁଶାନ୍ତର ମୃତଦେହକୁ ୪୦୦ କିଲୋମିଟର ଦୂର ଅମ୍ବୋଲି ଘାଟକୁ ନେଇଯାଇଥିଲା । 

Advertisment

ଘାଟିରେ ପହଞ୍ଚିବା ପରେ ଶବକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲା ତୁଷାର । ହେଲେ ଘାଟିରୁ ଶବକୁ ଫିଙ୍ଗିବା ବେଳେ ନିଜର ସନ୍ତୁଳନ ହରାଇ ଘାଟିରୁ ତଳକୁ ଖସିପଡ଼ିଥିଲା । ତଳକୁ ପଡ଼ିବା ପରେ ଅଭିଯୁକ୍ତ ତୁଷାରର ମଧ୍ୟ ସେଠାରେ ମୃତ୍ୟୁ ହୋଇଥିଲା । ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । 

ପୋଲିସକୁ ସମ୍ପୃକ୍ତ ଅଞ୍ଚଳର ଜଣେ ଲୋକ ଶବ ଦେଖିବା ପରେ ଖବର ଦେଇଥିଲା । ପୁଲିସ ଖବର ପାଇ ସେହି ଅଞ୍ଚଳରୁ ଦୁଇଟି ଶବ ଜବତ କରିଛି ।  

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ