Advertisment

ଏମିତି ବାପାକୁ ଧିକ୍‌ ! ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ପୁଅକୁ ମାରି ଫାର୍ମ ହାଉସ୍‌ରେ ପୋତିଦେଲେ

ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍‌କୁ ନେଇ ସେଠାରେ ପୋତି ଦେଇଥିଲା।

ଅଦ୍ୟତନ ହୋଇଛି
Man kills 3 Year Old Son After Argument With Wife

Man kills 3-year-old son after argument with wife

Advertisment

ପାରିବାରିକ କଳହର କରୁଣ ପରିଣତି। ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ସ୍ତ୍ରୀ ସହ ଝଗଡ଼ା କରିବା ପରେ ସମ୍ପୃକ୍ତ ବ୍ୟକ୍ତି ନିଜ ପୁଅ ଉପରେ ଆକ୍ରମଣ କରିଥିଲେ। ଉତ୍ତରପ୍ରଦେଶର ହୁସେନଗଞ୍ଜରେ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ସୂଚନା ଅନୁସାରେ, ହୁସେନଗଞ୍ଜ ଥାନା ଅନ୍ତର୍ଗତ ଚିତିସାପୁର ଗାଁର ଚନ୍ଦ୍ର କିଶୋର ଲୋଧି ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ରାତିର ସ୍ତ୍ରୀଙ୍କ ସହ କିଶୋରଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ପୁଅ ରାଜ୍‌ଙ୍କ ଉପରେ ଆକ୍ରମଣ କରିବା ସହ ହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ: ୪ ମାସର ପୁଅକୁ ମାରି ବିଲରେ ଫୋପାଡ଼ିଲା ବାପା, କହିଲା..‘ଆଶ୍ରମରେ ଛାଡ଼ିଦେଇ ଆସିଛି’

Advertisment

ପ୍ରମାଣ ନଷ୍ଟ ପାଇଁ ସେହି ଦିନ ରାତିରେ ପୁଅର ମୃତଦେହକୁ ଫାର୍ମ ହାଉସ୍‌କୁ ନେଇ ସେଠାରେ ପୋତି ଦେଇଥିଲା। ଏସମ୍ପର୍କରେ ଚନ୍ଦ୍ର କିଶୋରଙ୍କ ସ୍ତ୍ରୀ ଗୁରୁବାର ଦିନ ପୋଲିସ୍‌କୁ ଜଣାଇଥିଲେ। ଅଭିଯୋଗ ଆଧାରରେ ପୋଲିସ୍‌ ମୃତଦେହ ଉଦ୍ଧାର କରି କିଶୋରଙ୍କୁ ଗିରଫ କରିଛି। ଏହାସହ ଘଟଣାର ତଦନ୍ତ ଚଳାଇଛି। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ